ସୁକତେଲ ନଦୀ କୂଳରୁ ନିଖୋଜ ଯୁବକର ମୃତଦେହ ଠାବ, ହତ୍ୟା ସଂଦେହ (Visual News) 


ବଲାଙ୍ଗିର,୧୦/୮ : ଦୁଇ ଦିନରୁ ନିଖୋଜ ଥିବା ବରପଦର ଗ୍ରାମର ଶ୍ରୀକାନ୍ତ ନନ୍ଦଙ୍କ ଶବ ଦୁର୍ଗାପାଲି ନିକଟସ୍ଥ ସୁକତେଲ ନଦୀ କୂଳରୁ ଉଦ୍ଧାର ହୋଇଛି । ପ୍ରାପ୍ତ ସୂଚନାରୁ ପ୍ରକାଶଯେ, ବଲାଙ୍ଗିର ଜିଲ୍ଲା ପୁଇଁତଲା ବ୍ଲକ ଅନ୍ତର୍ଗତ ବରପଦର ଗ୍ରାମରେ ରହୁଥିବା ଶ୍ରୀକାନ୍ତ ନନ୍ଦ ଦିର୍ଘ ଦିନରୁ କଦଳୀ ଗୋଦାମରେ ଶ୍ରମିକ ଭାବେ କାମ କରି ପରିବାରର ପ୍ରତିପୋଷଣ କରିଆସୁଥିଲେ। ତେବେ ଗତ ଗୁରୁବାର ଦିନ ସେ ସନ୍ଧ୍ୟା ୫ଟା ସମୟରେ ବଲାଙ୍ଗିର ଆସିଥିଲେ। ରାତି ସୁଦ୍ଧା ଶ୍ରୀକାନ୍ତ ଘରକୁ ନଫେରିବାରୁ ପରିବାର ଲୋକେ ଶୁକ୍ରବାର (୯ ଅଗଷ୍ଟ) ନିକଟସ୍ଥ ପୁଇଁତଲା ଥାନାରେ ଅପହରଣ ହୋଇଥିବା ଲିଖିତ ଅଭିଯୋଗ କରିଥିଲେ। ଯାହାକୁ ନେଇ ପୁଇଁତଲା ପୋଲିସ ଓ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ।

(କ୍ଲିକ କରି ଦେଖନ୍ତୁ ଭିଡିଓ 👆)

ବରପଦର ଠୁଁ ୩ କିଲୋମିଟର ଦୂରରେ ଶ୍ରୀକାନ୍ତ ନନ୍ଦଙ୍କ ହିରୋହଣ୍ଡା ଗ୍ଲେମର,ବାଇକ, ଚଷମା, ଚପଲ, ଓ ଅଣ୍ଡା ପେଟି ମଧ୍ୟ ପଡିଥିବା ପୋଲିସ ଘଟଣା ସ୍ଥଳରୁ ପାଇଥିଲା। ହେଲେ ନିଖୋଜ ଥିବା ଶ୍ରୀକାନ୍ତଙ୍କ କୌଣସି ସୁରାକ ପାଇଁ ନ ଥିଲା। ତେବେ ଏହାକୁ ଆଧାର କରି ଶ୍ରୀକାନ୍ତଙ୍କ ପରିବାର ଲୋକେ ଏବଂ ପୋଲିସ ଅପହରଣ ହୋଇଥିବା ସନ୍ଦେହ କରିଥିଲା। ତେବେ ଶ୍ରୀକାନ୍ତ ନନ୍ଦ ଜଣେ ଦିନ ମଜୁରୀଆ ଏବଂ ଶ୍ରମିକ ଭାବେ କାର୍ଯ୍ୟ କରୁଥିବାବେଳେ କିଏ କାହିଁକି ତାକୁ ଅପହରଣ କରିଛି ତାହାକୁ ଚର୍ଚ୍ଚା ଜୋର ଧରିଥିବା ବେଳେ ଆଜି (ଶନିବାର) ଦୂର୍ଗାପାଲି ଗ୍ରାମ ନିକଟସ୍ଥ ସୁକତେଲ ନଦୀ କୂଳରେ ଶ୍ରୀକାନ୍ତ ନନ୍ଦଙ୍କ ଶବ ଭାସୁଥିବା ଦେଖି ଗ୍ରାମବାସୀ ପୁଇଁତଲା ପୋଲିସକୁ ସୂଚନା ଦେଇଥିଲେ । ଏହି ଘଟଣା ପରେ ଉକ୍ତ ସ୍ଥାନକୁ ଲୋକଙ୍କ ସୁଅ ଛୁଟିଥିବାବେଳେ ମୃତକ ଶ୍ରୀକାନ୍ତଙ୍କ ହତ୍ୟା ହୋଇଥିବା ଅଭିଯୋଗ କରିଛନ୍ତି। ସେପଟେ ପୁଇଁତଲା ପୋଲିସ ମଧ୍ୟ ଏହା ହତ୍ୟା ହୋଇଥିବା ସୂଚନା ଦେବା ସହ ଯଥା ଶୀଘ୍ର ହତ୍ୟାକାରୀଙ୍କୁ ଗିରଫ କରାଯିବ ବୋଲି ଏସଡିପିଓ ଶ୍ରୀମନ୍ତ ବାରିକ ସୂଚନା ଦେଇଛନ୍ତି।

ବଲାଙ୍ଗିର ସଞ୍ଜୟ କୁମାର ମିଶ୍ରଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇
http://facebook.com/odiabarta