ମହିଚଲାରେ ବିଭିନ୍ନ ପ୍ରକଳ୍ପର ଶୁଭ ଉଦ୍ଘାଟନ କଲେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର


ଜୁନାଗଡ,୧୧/୮ : ଓଡିଶା ସରକାରଙ୍କ ଶକ୍ତି, ଶିଳ୍ପ, ଏମଏସଏମଇ ଓ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଜୁନାଗଡ ବ୍ଲକ ଅନ୍ତର୍ଗତ ମହିଚଲା ପଞ୍ଚାୟତର ବିଭିନ୍ନ ପ୍ରକଳ୍ପର ଶୁଭ ଉଦ୍ଘାଟନ କରିଛନ୍ତି । ମାନ୍ୟବର ମନ୍ତ୍ରୀ ମହିଚଲା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ନୂତନ କୋଠା ସମେତ ରାଜସ୍ବ ନିରିକ୍ଷକଙ୍କ କାର୍ଯ୍ୟାଳୟର ଶୁଭ ଉଦ୍ଘାଟନ କରିଥିଲେ । ସରସ୍ୱତୀ ଶିଶୁ ଵିଦ୍ୟାମନ୍ଦିର ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସେ ଯୋଗ ଦେଇଥିବାବେଳେ ସମ୍ମାନୀତ ଅତିଥି ଭାବେ ଜୁନାଗଡର ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ଗୋବର୍ଦ୍ଧନ ଦାସ, ମହିଚଲା ସରପଞ୍ଚ ଶ୍ରୀଯୁକ୍ତ ଅଜୟ କୁମାର ବେହେରା, ବିଶିଷ୍ଟ ସମାଜ ସେବୀ ଶ୍ରୀଯୁକ୍ତ ହର୍ଷବର୍ଦ୍ଧନ ବେହେରା, ନିର୍ଦ୍ଦେଶକ ଏମ୍ଏପି ଆମେରିକା ଶ୍ରୀଯୁକ୍ତ ଭୃଙ୍ଗରାଜ ବେହେରା ଓ ଦକ୍ଷିଣ ପଶ୍ଚିମ କ୍ଷେତ୍ର ସଭାପତି ଶ୍ରୀଯୁକ୍ତ ରାଧେଶ୍ୟାମ ପଣ୍ଡା ପ୍ରମୂଖ ଯୋଗଦେଇ ଥିଲେ । ଏହି କାର୍ଯ୍ୟକ୍ରମରେ ମାନ୍ୟବର ମନ୍ତ୍ରୀ ନୃତନ ସ୍କୁଲଗୃହର ଶୁଭ ଉଦଘାଟନ କରିବା ସହ ବିଭିନ୍ନ ବିଷୟ ଉପରେ ଆଲୋଚନା କରିଥିଲେ ।

ଜୁନାଗଡ଼ରୁ ରାକେଶ ବେମାଲଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook 👇
http://facebook.com/odiabarta