ବଡମାଳ ଗୋଳାବାରୁଦ କାରଖାନା ରାସ୍ତାରେ ଟ୍ରାଫିକ ସମସ୍ୟା ସୃଷ୍ଟି କରୁଛନ୍ତି ବୁଲା ଗାଇଗୋରୁ

ସଇଁତଲା,୧୧/୮ : ଗୋଳାବାରୁଦ କାରଖାନା ଥିବା ଦୃଷ୍ଟିରୁ ଭାରତର ପ୍ରତିରକ୍ଷା ମାନଚିତ୍ରରେ ବଡମାଲ ନିଜର ସ୍ବତନ୍ତ୍ରତା ଉପସ୍ଥାପିତ କରିଥାଏ । ଦେଶର ପ୍ରତିରକ୍ଷା ବିଭାଗକୁ ଆବଶ୍ୟକିୟ ସାମଗ୍ରୀ ଯୋଗାଇଦେବା ପାଇଁ ଏହି କାରଖାନାର ଶ୍ରମିକ ଅହରହ ଚେଷ୍ଠିତ । ଉତ୍ତମ ଗୁଣବତ୍ତା ପାଇଁ ମଧ୍ୟ ଏହି କାରଖାନାର ନାଁ ଥିବା ଜଣାଯାଏ । ତେବେ ଯେତେବେଳେ କାରଖାନାରୁ କାର୍ଯ୍ୟ ସାରି ଘରକୁ ଫେରିବା ସମୟରେ ସେ ବୁଲା ଗାଇଗୋରୁଙ୍କ ଦ୍ବାରା ସୃଷ୍ଟ ସମସ୍ୟା ଭିତରେ ପଡିଯାଇଥାଏ । ବଡମାଲ ଗୋଳାବାରୁଦ କାରଖାନାର ଭିଆଇପି ଛକ ସମେତ ଅନେକ ରାସ୍ତାରେ ବୁଲା ଗାଇଗୋରୁ ଭିଡ ଜମେଇ ଟ୍ରାଫିସ ସମସ୍ୟାକୁ ବଢେଇ ଦେଉଥିବା ପରିଳକ୍ଷିତ ହେଉଛି। ଶ୍ରମ କ୍ଲାନ୍ତ ଶ୍ରମିକ ଓ ଜନସାଧାରଣ ଏହି ବୁଲା ଗାଇଗୋରୁଙ୍କ ପାଇଁ ଅଜଥା ସମୟ ଅପଚୟ କରିବାସହ ହଇରାଣ ହରକତର ହେଉଛନ୍ତି ।

 

ବୁଲା ଗାଈଗୋରୁଙ୍କୁ ନିୟନ୍ତ୍ରଣ କରିବା ପାଇଁ କାଞ୍ଜିଆ ହୁଦା ନିର୍ମାଣ ହୋଇନଥିବା  ଯୋଗୁ ଏଭଳି ସମସ୍ୟା ବୃଦ୍ଧି ପାଉଛି । ଏହି ଅଞ୍ଚଳର ଲୋକେ ପୋଷା ଗାଈଗୋରୁଙ୍କୁ ନିଜ ଆକଟରେ ରଖିବା ପରିବର୍ତ୍ତେ ଖୋଳା ଛାଡ଼ି ଦେଉଛନ୍ତି । ଗାଈ ଗୋରୁ ଗୋଳାବାରୁଦ କାରଖାନାର ମୁଖ୍ୟ ରାସ୍ତା ସହ ଗଳି କନ୍ଧିରେ ବୁଲୁଛନ୍ତି । ଅନ୍ୟ ପଟେ ବୁଲା ଗାଈ ଗୋରୁଙ୍କ ଯୋଗୁ ଦିନକୁ ଦିନ ଦୂର୍ଘଟଣା ବୃଦ୍ଧି ପାଇବାରେ ଲାଗିଛି । ଏହା ଏକ ସମ୍ବେଦନଶିଳ ଅଞ୍ଚଳ ହୋଇଥିବାସତ୍ତ୍ବେ ପ୍ରଶାସନ ତରଫରୁ ବୁଲା ଗାଇଗୋରୁଙ୍କୁ ନିୟନ୍ତ୍ରଣ କରିବା ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରାଯାଉନଥିବାରୁ ଗୋଳାବାରୁଦ କାରଖାନାର କର୍ମଚାରୀ ତଥା ସାଧାରଣରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି । ତେଣୁ ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେଇ  ଆବ୍ୟଶ୍ୟକ ପଦକ୍ଷେପ ନେବାକୁ ଦାବି ହେଇଛି ।

 

ସଇଁତଲାରୁ ଗୋକୁଳା ନନ୍ଦ ବଗର୍ତ୍ତିଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook 👇
http://facebook.com/odiabarta
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.