ବ୍ଲକ ସ୍ତରୀୟ ବିଶ୍ୱ ମୃତ୍ତିକା ଦିବସ ପାଳନ

କୋକସରା,୫/୧୨:

କୃଷି ଓ ବୈଷୟିକ ପରିଚାଳନା ସଂସ୍ଥା କଳାହାଣ୍ଡି ର ସୌଜନ୍ୟରେ ମୋଟର ଗ୍ରାମ ପଂଚାୟତ ଅନ୍ତର୍ଗତ କୁସୁମଖୁଣ୍ଟିଗାଁ ଠାରେ ଆଜି ବ୍ଲକ ସ୍ତରୀୟ ବିଶ୍ୱ ମୃତ୍ତିକା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ କୋକସରା ବ୍ଲକ କୃଷି ଅଧିକାରୀ ଘନଶ୍ୟାମ ଦେହୁରୀ ଉପସ୍ଥିତ ଚାଷୀ ମାନଙ୍କୁ ବୈଜ୍ଞାନିକ ପଦ୍ଧତି ରେ ନମୁନା ମାଟି ସଂଗ୍ରହ କରି ମାଟି ପରୀକ୍ଷା କରିବା ସହ ଆବଶ୍ୟକ ମୁତାବକ ରାସାୟନିକ ସାର ସହିତ ଜୈବିକ ଖତ , ଜୈବିକ ଉର୍ବରକ ପ୍ରଭୁତି ସୁସମ ଓ ସମାନତା ଭାବରେ ଫସଲରେ ପ୍ରୟୋଗ କଲେ ଜମି ର ସ୍ୱାସ୍ଥ୍ୟ ଭଲ ରହିବା ଯୋଗୁଁ ଜମିର ଉତ୍ପାଦକ ଶକ୍ତି ବୃଦ୍ଧି ହେବ ଓ ଆକାଂକ୍ଷିତ ଫସଲ ଉତ୍ପାଦନ ହେବା ସଙ୍ଗେ ସଂଗେ ଜାତୀୟ ଖାଦ୍ୟ ନିରାପତ୍ତା ବଜାୟ ରହିବ ବୋଲି ଉଦବୋଧନ ଦେଇ ସମସ୍ତଙ୍କୁ ସଚେତନ କରାଇ ଥିଲେ  ।

ଉକ୍ତ କାର୍ଯ୍ୟକ୍ରମ ରେ  ମୋଟର ସରପଞ୍ଚ ଇଂ. ସୁଶୀଲ କୁମାର ଶବର ସଭାପତିତ୍ବ କରି ଉପସ୍ଥିତ ସମସ୍ତ ଚାଷୀ ଙ୍କୁ ଚାଷପଯୋଗୀ ଜମିରେ ଅନୁପାତ ବୃଦ୍ଧି , ନୂତନ ଭାବରେ ଚାଷ ଯୋଗ୍ୟ ଜମିରେ ଶଷ୍ୟ ଉତ୍ପାଦନ ବୃଦ୍ଧି ପାଇ ଆନୁପାତିକ ଭିତ୍ତିରେ ସାର ଓ ପିଡିଆର  ମୁଖ୍ୟଭୂମିକା ରହିଛି ବୋଲି ସମସ୍ତ ଚାଷୀ ଙ୍କୁ ସଚେତନ ପୂର୍ବକ ଉତ୍ସାହିତ କରିଥିଲେ ।

ଏହି ଉତ୍ସବରେ କୋକସରା ବିଟିଏମ ଆଶିଷ ପାଟିଲ ,  ବିଏଲଟିଏ ପ୍ରଦୀପ କିଶୋର ରଣା , ଗ୍ରାମ୍ୟ କୃଷି କର୍ମଚାରୀ କୋକସରା ଅନୁସୁୟା ସିଂହ ,ଡହଗାଁ କୃଷି କର୍ମଚାରୀ ସରସ୍ବତୀ ମେହେର , ମୂଷାପାଳିର ଇତିଶ୍ରୀ ପାଣିଗ୍ରାହୀ , କୃଷକ ସାଥି ପ୍ରଦୀପ ପଟେଲ , ବୀରଵଲ ଦଳପତି , ହରି ଝାଙ୍କର ପ୍ରମୁଖ ଉପସ୍ଥିତ ରହିଥିଲେ । ଶେଷରେ ମୋଟର ଗ୍ରାମ୍ୟ କୃଷି କର୍ମଚାରୀ ରଞ୍ଜନ କୁମାର ହଂସ ସମସ୍ତ ଙ୍କୁ ଧନ୍ୟବାଦ କରିବାସହ ସଭାସାଙ୍ଗ ହୋଇଥିଲା ।

 

କୋକସରାରୁ ହିରଣ୍ୟ ବେହେରାଙ୍କ ରିପୋର୍ଟ ଓଡିଆ ବାର୍ତା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.