ବର୍ଷା ବିତ୍ପାତ : ଶଙ୍କାକୂଳ ସ୍ଥିତିରେ ତାଲଭଏରା ଲକ୍ଷ୍ମୀପଡା, ନଦୀ ଓ ପୋଖରୀ ସାଜିଛି କାଳ


କେସିଙ୍ଗା,୧୩/୮ : କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ତାଲଭଏରା ଲଷ୍ମୀପଡା ଠାରେ ବର୍ଷା ବିତ୍ପାତ ଯୋଗୁଁ ହନ୍ତସନ୍ତ ହେଉଛନ୍ତି ଗ୍ରାମବାସି । ରାସ୍ତାଉପରେ ୪ ଫୁଟ ପାଣି ବୋହିବାସହ ଜିବନଯାତ୍ରା ଅସ୍ତବ୍ୟସ୍ଥ ହୋଇପଡିଛି । ଏହି ଗାଁ ତେଲ ଓ ଉତେଇନଦୀ ପାର୍ଶ୍ବରେ ଅବସ୍ଥିତି ଯୋଗୁଁ ବନ୍ୟାହେଲେ ବିପଦ ଘେରକୁ ଆସିଯାଇଥାଏ । ଗାଁ ଉପରେ ଏକ ପୋଖରୀ ବିପଦ ସଂକୁଳ ଅବସ୍ଥାରେ ରହିଛି । ଦୁଇ ଦିନର ଲଗାଣ ବର୍ଷା ଫଳରେ ଆସ୍ତେ ଆସ୍ତେ ପୋଖରୀର ହିଡ କାଟିବାରେ ଲାଗିଛି ଏବଂ ଯଦି ହିଡ କଟି ଯାଏ ତେବେ ଲକ୍ଷ୍ମୀପଡା ପାଣିରେ ଭାସି ଯିବାର ଆଶଙ୍କା ସୃଷ୍ଟି ହୋଇଛି । ସେପଟେ ବେଲଖଣ୍ଡି ଉତେଇ ନଦୀ ଓ ତେଲ ନଦୀର ପାଣି ଆସ୍ତେ ଆସ୍ତେ ଗ୍ରାମ ଆଡକୁ ମୁହାଁଇବାକୁ ଲାଗିଛି । ଗମନାଗମନ ସଂପୂର୍ଣ୍ଣ ବିଛିନ୍ନ ହୋଇଯାଇଥିବାବେଳେ ବିଦ୍ୟୁତ ସରବରାହ ମଧ୍ୟ ବନ୍ଦ ହୋଇଛି । ସେଥିପାଇଁ କେମିତି ଜନଜୀବନ ନଷ୍ଟ ନହେବା ପାଇଁ ଏଥି ପ୍ରତି ପ୍ରଶାସନ ତୁରନ୍ତ ଧ୍ୟାନ ଦେବା ଉଚିତ ବୋଲି ବୁଦ୍ଧିଜିବୀ ମହଲରୁ ମତ ପ୍ରକାଶ ପାଇଛି ।

କେସିଙ୍ଗା ବ୍ଲକ ପ୍ରତିନିଧି ଦୂର୍ଯ୍ୟୋଧନ ସାହୁଙ୍କ ରିପୋର୍ଟ odiabarta.in