କର୍ଲାମୁଣ୍ଡା : ଲଗାଣବର୍ଷାରେ ବେହାଲ ଟକାରୁମାଲ 


ଗାଁ ଭିତରକୁ ପସିଆସିଲା ପାଣି, ଭାଙ୍ଗୁଛି ମାଟିଘର, ଜିବନଯାତ୍ରା ବ୍ୟାହତ

କର୍ଲାମୁଣ୍ଡା,୧୩/୮ : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଟକାରୁମାଲ ବନ୍ଧପଡା ଠାରେ ବର୍ଷା ତା’ର ତାଣ୍ଡବ ରଚିଛି । ଦୁଇଦିନର ଲଗାଣ ବର୍ଷା ଫଳରେ ଟକାରୁମାଲ ସ୍ଥିତ ସାଧୁ କଟାର ପାଣି  ଗାଁ ଭିତରକୁ ପସିଆସିଛି । ଗ୍ରାମର ଅନେକ ମାଟିଘର ଭୁଷୁଡିବାକୁ ଲାଗିଛି । ଯାହାଫଳରେ ପ୍ରବାଭିତ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖିନ ହୋଇଛନ୍ତି । ସେଭଳି ଟକାରୁମାଲ ବନ୍ଦ ପଡା ଠାରୁ ଟକାରୁମାଲ ବସ୍ତିକୁ ସଂଯୋଗ କରୁଥିବା ରାସ୍ତା ହୁଡ଼ା କଟି ଏହି ଅଞ୍ଚଳକୁ ଯୋଗାଯୋଗ ବିଛିନ୍ନ ହୋଇଛି । ବର୍ତ୍ତମାନସୁଦ୍ଧା ଏହି ସ୍ଥାନକୁ ପ୍ରଶାସନ ପହଞ୍ଚିନଥିବାରୁ ତିବ୍ର ଅସନ୍ତୋଷ ସୃଷ୍ଟି ହୋଇଛି ।

କର୍ଲାମୁଣ୍ଡା ବ୍ଲକ ପ୍ରତିନିଧି ବାଲକୁମର ସାହୁଙ୍କ ରିପୋର୍ଟ odiabarta.in