ବର୍ଷା ବିତ୍ପାତ : ପାଣି ଘେରରେ ବେଳଖଣ୍ଡି ପଞ୍ଚାୟତର ୩ଟି ଗାଁ


କେସିଙ୍ଗା ବିଡିଓଙ୍କ ପ୍ରତକ୍ଷ୍ୟ ତତ୍ତ୍ବାବଧାନରେ ଜଳବନ୍ଦି ମାନଙ୍କୁ ଉଦ୍ଧାର କାର୍ଯ୍ୟ ଜାରି 

କେସିଙ୍ଗା,୧୩/୮ : ଦୁଇଦିନର ଲଗାଣବର୍ଷା ଫଳରେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକର ନଦୀକୂଳବର୍ତ୍ତି ଅଞ୍ଚଳ ବେଲଖଣ୍ଡି ,କଦମପଡା (ଛକ) ଓ ଗୌନ୍ତିଆ ପଡା ବିଶେଷ ଭାବେ ପ୍ରବାବିତ ହୋଇଛି । ବର୍ଷାପାଣି ଗାଁର ଚାଷଜମି ଉପରେ ଜମି ରହିଥିବାବେଳେ ଅନେକ ସ୍ଥାନରେ ଘର ଭିତରକୁ ବର୍ଷା ଜଳ ପସି ଆସିଛି । ବିଦ୍ୟୁତ ସରବରାହ ଓ ଗମନାଗମନ ବିଛିନ୍ନ ହୋଇଥିବାବେଳେ ଅନେକ ସ୍ଥାନରେ ଘର ଭାଙ୍ଗି ଯାଉଥିବା ଖବର ଆସି ପହଞ୍ଚିଛି । ସବୁଠାରୁ ଉଦବେଗର ବିଷୟ ହେଉଛି ବେଳଖଣ୍ଡିର ତେଲ ଓ ଉତେଇ ନଦୀ ଜଳ ସ୍ତର ବୃଦ୍ଧି ପାଇବା ।

ବର୍ତ୍ତମାନ ଏହି ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ବେଳଖଣ୍ଡି ସ୍ଥିତ ପ୍ରଶିଦ୍ଧ ଶୈବପିଠ ଧବଳେଶ୍ବର ମନ୍ଦିର ରେ ୪୦ ଜଣ ଓ କଦମ ପଡ଼ା ଛକରେ ୩୦ ଜଣ ଜଳ ବନ୍ଦୀ ହୋଇଥିବା ସୂଚନା ମିଳିଛି । ଏ ପଟେ ବେଳଖଣ୍ଡି ବସ୍ତି ଓ ଗୌନ୍ତିଆ ପଡା ଭିତରକୁ ପାଣି ମାଡ଼ି ଆସିଛି । ଏହି ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ଖବର ପାଇ କେସିଙ୍ଗା ବିଡିଓ ଭୀମସେନ ଶବର ଘଟଣା ସ୍ଥଳରେ ପହଞ୍ଚି ଅଗ୍ନିଶମ ବିଭାଗ ସହାୟତାରେ ଜଳବନ୍ଦି ମାନଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । 

କେସିଙ୍ଗା ପ୍ରତିନିଧି ଦୂର୍ଯ୍ୟୋଧନ ସାହୁଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇
http://facebook.com/odiabarta