ପଠାଣି ସାମନ୍ତ ବିଜ୍ଞାନ କ୍ଲବକୁ ଜାତୀୟ ସମ୍ମାନ


କଳାହାଣ୍ଡି,୧୩/୮: ବିଜ୍ଞାନ ବିନା ବିକାଶ ଅସମ୍ଭବ। ତେଣୁ ସମାଜରେ ବୈଜ୍ଞାନିକ ଚିନ୍ତାଧାରା ପ୍ରଚାର ଓ ପ୍ରସାର ନିହାତି ଆବଶ୍ୟକ। ବିଦ୍ୟାଳୟ ଓ ଅଣ-ବିଦ୍ୟାଳୟ ସ୍ତରରେ ବିଜ୍ଞାନ କ୍ଲବ ମାଧ୍ୟମରେରେ ଏହାକୁ ସାରା ଭାରତରେ କାର୍ଯ୍ୟକାରୀ କରିବା ପାଇଁ ରହିଛି ଭାରତ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଅଧୀନରେ ସ୍ୱୟଂଚାଳିତ ସଂସ୍ଥା ବିଜ୍ଞାନ ପ୍ରସାର। ପ୍ରତିବର୍ଷ ବିଜ୍ଞାନ କ୍ଲବମାନଙ୍କ କାର୍ଯ୍ୟକ୍ରମ ଆଧାରରେ କ୍ଲବମାନଙ୍କୁ ସମ୍ମାନିତ କରାଯାଇଥାଏ। ୨୦୧୮ ବର୍ଷ ପାଇଁ ଓଡିଶାର ୮ଟି କ୍ଲବ ସହ ଜାତୀୟ ସ୍ତରରେ ଏହି ସମ୍ମାନର ଅଧିକାରୀ ହେଇଛି ଜୟଦୁର୍ଗା ହାଇସ୍କୁଲ, ନର୍ଲାରୋଡ଼ର ପଠାଣି ସାମନ୍ତ ବିଜ୍ଞାନ କ୍ଲବ। ଏହି କ୍ଲବର ଉପଦେଷ୍ଟା ସନ୍ତୋଷ କୁମାର କର ବିନା ମୂଲ୍ୟ-ସ୍ୱଳ୍ପ ମୂଲ୍ୟ ଉପକରଣରେ ବିଜ୍ଞାନ ପ୍ରୟୋଗ, ସମାଜରୁ କୁସଂସ୍କାର ଓ ଅନ୍ଧବିଶ୍ୱାସ ଦୂରୀକରଣ ଆଦି କାର୍ଯ୍ୟକ୍ରମ ମାଧ୍ୟମରେ ବୈଜ୍ଞାନିକ ଦୃଷ୍ଟିକୋଣର ପ୍ରଚାର ପ୍ରସାର ଜାରି ରଖିଛନ୍ତି। ଶ୍ରୀଯୁକ୍ତ କର ଓ କ୍ଲବର ଏହି ସଫଳତା ଯୋଗୁଁ ଆଜି ଗୁଜରାଟର ରାଜକୋଟଠାରେ ଏକ ଜାତୀୟ କାର୍ଯ୍ୟକ୍ରମରେ ତାଙ୍କୁ ସମ୍ମାନିତ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୁଜରାଟ ସରକାରଙ୍କ ଶିକ୍ଷାମନ୍ତ୍ରୀ ଭୂପେନ୍ଦ୍ର ସିଂ ଚୁଡାସମା, ସମ୍ମାନିତ ଅତିଥି ଭାବେ ବିଜ୍ଞାନ ପ୍ରସାରର ନିର୍ଦ୍ଦେଶକ ନକୁଳ ପରାସର ଓ ବୈଜ୍ଞାନିକ ଅରବିନ୍ଦ ରାନାଡେ ପ୍ରମୁଖ ଯୋଗ ଦେଇଥିଲେ।

🔴 ଏଠି ଛୁଇଁଲେ ସେସବୁ ଖବର ଓ ବିଚାର ସୂଚନା ପାଇବେ, ଯାହା ଆପଣଙ୍କୁ ନିହାତି ଦରକାର