ସଇଁତଲା ଠାରେ ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଶାଳ କଂଗ୍ରେସ କର୍ମୀ ସମ୍ମିଳନୀ

ବଲାଙ୍ଗୀର,୫/୧୨:

୨୦୧୯ ନିର୍ବାଚନ ଯେତେ ପାଖେଇ ଆସୁଛି ରାଜନୈତିକ ତାତି ସେତେ ସେତେ ବଢିବାକୁ ଲାଗୁଛି । ଆଗାମୀ ନିର୍ବୀଚନକୁ ଦୃଷ୍ଟିରେ ରଖି ସବୁଦଳ ରଣ କୌଶଳ ପ୍ରସ୍ତୁତ କରିବା ସହ ସଭା ସମିତି ଆରମ୍ଭ କରିଦେଇଛନ୍ତି । ରାଜ୍ୟର ତିନି ପ୍ରମୂଖ ରାଜନୈତିକ ଦଳ ମଧ୍ୟରୁ ବଲାଙ୍ଗୀର ଜିଲ୍ଲାରେ କଂଗ୍ରେସ ପାଗ ଭିଡି ଆଗେଇ ଆସୁଥିବା ଚର୍ଚା ଆଲୋଚନା ହେଉଛି ।

ରାଜ୍ୟ ସରକାରଙ୍କ ଅପାରଗ ସାଶନ ଓ ବିଭିନ୍ନ ଦୂର୍ନିତିକୁ ନେଇ କଂଗ୍ରେସ ଜନ ସାଧାରଣଙ୍କ ପାଖକୁ ଯାଇ ଏହି ସବୁ ମୂଖ୍ୟ ପ୍ରସଙ୍କ ସହ ଅନ୍ୟାନ୍ୟ ପ୍ରସଙ୍ଗକୁ ଆୟୁଧକରି ନିର୍ବାଚନ ରଣାଙ୍ଗନରେ ଅବତିର୍ଣ୍ଣ ହେବ ବୋଲି ସୂଚନା ମିଳୁଛି । ସେହି କ୍ରମରେ ଆଜି  ସଇଁତଲା ଡାକ ବଙ୍ଗଳା ନିକଟସ୍ଥ ଖେଳ ପଡିଆ ଠାରେ ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଶାଳ କଂଗ୍ରେସ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ ତଥା ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ନରସିଂହ ମିଶ୍ର, ବରିଷ୍ଠ କାର୍ଯ୍ୟକର୍ତା ମଧ୍ୟରେ ସମ୍ମାନିତ ଅତିଥି ରୂପେ ପିସିସି ମୁଖପାତ୍ର ଶ୍ରୀଯୁକ୍ତ ସମରେନ୍ଦ୍ର ମିଶ୍ର, ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଦିଲ୍ଲୀପ ବେହେରା , ପୂର୍ବତନ ସାଂସଦ ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ଓ ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ସୁରେନ୍ଦ୍ର ସିଂ ଭୋଇ ପ୍ରମୂଖ କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ସେମାନଙ୍କ ଅଭିଭାଷଣ ପ୍ରଦାନ କରିଥିଲେ । ଏହି ସଭାରେ ପ୍ରବଳ ଜନସମାଗମ ପରିଲକ୍ଷିତ ହୋଇଥିଲା ।

ଦେବେନ୍ଦ୍ର ଯୋଶୀଙ୍କ ରିପେର୍ଟ ଓଡିଆ ବାର୍ତ୍ତା

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.