ଚାଷୀ ମନରେ ଆଶାର କିରଣ ବିଚ୍ଛୁରିତ କଲା ଲଘୁଚାପ ବର୍ଷା

ସୋନପୁର,୧୩/୮ : ଆଷାଢ ମାସରେ ବିଳମ୍ବରେ ମୌସୁମୀ ଆସିବାସହ ଶ୍ରାବଣ ମାସରେ ସ୍ବଳ୍ପ ବୃଷ୍ଟିପାତ ଯୋଗୁଁ ସୋନପୁର ଜିଲ୍ଲାର ଚାଷ ବାଷ ଧିମେଇ ଯାଇଥିଲା, ଯାହାବି ଚାଷ ହୋଇଥିଲା ବର୍ଷା ବିନା ନଷ୍ଟ ହେବାକୁ ବସିଥିଲା । ବେଉଷଣ ଓ ତଳି ରୋପଣର ନିର୍ଦ୍ଧାରିତ ସମୟ ଅତିକ୍ରାନ୍ତ ହୋଇଯାଇଥିଲେ ସୁଦ୍ଧା ଚାଷ ଜମିକୁ ଆବଶ୍ୟକ ପରିମାଣରେ ଜଳ ମିଳିପାରୁ ନଥିଲା । ଚାଷ ବାସ ସବୁ ଧ୍ବଂସ ହେବାକୁ ବସିଥିବାବେଳେ ଚାଷୀର ମୁହଁରେ ଆଶାର କିରଣ ଆଣି ଦେଇଛି ଲଘୁଚାପ ବର୍ଷା । ଦୁଇ ଦିନ ହେଲା ଠିକ ମାତ୍ରାରେ ବର୍ଷା ହେବା ଫଳରେ ସୋନପୁର ଅଞ୍ଚଳର ସମସ୍ତ ନଦୀ, ନାଳ, ପୋଖରୀ, ଜଳାଶୟ ଓ ଚାଷ ଜମିକୁ ଭରି ଦେଇଛି ପାଣି । ବର୍ଷା ବିନା ମରିବାକୁ ବସିଥିବା ଧାନଗଛ ଏବେ ନୂଆଁ ଜୀବନ ପାଇଥିବାବେଳେ ଚାଷ ହୋଇନଥିବା ଓ ଧାନ ମରିଯାଇଥିବା ଜମିରେ ଚାଷ କରିବାକୁ ପ୍ରସ୍ତୁତ ହେଉଛି ଚାଷୀ । ବର୍ତ୍ତମାନର ସମୟରେ ଏହି ଲଘୁଚାପ ବର୍ଷା କୃଷକ ସମାଜ ପାଇଁ ଆଶିର୍ବାଦ ସଦୃଷ୍ୟ ହୋଇଥିବାବେଳେ ବର୍ଷାର ମାତ୍ରା ବଢିଲେ ଚାଷ ପ୍ରଭାବିତ ହେବ ବୋଲି ଚାଷୀମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି ।

ସୋନପୁର ଜିଲ୍ଲା ପ୍ରତିନିଧି ସୁଶାନ୍ତ ସାହୁଙ୍କ ରିପୋର୍ଟ odiabarta.in
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.