ଇନ୍ଦ୍ରାବତୀ ଜଳଭଣ୍ଡାର ମଝିରେ ଡଙ୍ଗା ଅଚଳ, ଅଳ୍ପକେ ରକ୍ଷା ପାଇଲେ ୧୫ ଯାତ୍ରୀ


ନୌଚାଳକ ଜୟ ଗଉଡଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବଞ୍ଚିଗଲା ଅନେକ ଅମୂଲ୍ୟ ଜୀବନ

କଳାହାଣ୍ଡି/ଥୁଆମୁଲ ରାମପୁର,୧୩/୮: କଳାହାଣ୍ଡି ଜିଲ୍ଲା ଥୁଆମୁଲ ରାମପୁର ବ୍ଲକ କଣାସୁକୁଲି ଡଙ୍ଗାଘାଟରୁ ଯାଉଥିବା ଏକ ଡଙ୍ଗାର ଯାନ୍ତ୍ରୀକ ତୃଟି ଯୋଗୁଁ ଇନ୍ଦ୍ରାବତୀ ଜଲଭଣ୍ଡାର ମଝିରେ ୧୫ ଜଣ ଯାତ୍ରୀ ଫସିରହିଥିଲେ ହେଁ ନୌଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଯାତ୍ରୀମାନେ ଅଳ୍ପକେ ରକ୍ଷା ପାଇ ଯାଇଛନ୍ତି । ପ୍ରକାଶ ଯେ, ଆଜି (ମଙ୍ଗଳବାର) ମାଳିଗାଁ ପଞ୍ଚାୟତର କଣାସୁକୁଲି ଡଙ୍ଗାଘାଟରୁ ତଲନାପି ପଞ୍ଚାୟତର ଲୁଟୁକୁଲି ଘାଟ ଅଭିମୁଖେ ଯାଉଥିବା ବେଳେ ଉକ୍ତ ଡଙ୍ଗାର ଯାନ୍ତ୍ରୀକ ତ୍ରୁଟି ଯୋଗୁଁ ଡଙ୍ଗାଟି ଇନ୍ଦ୍ରାବତୀ ଜଳ ଭଣ୍ଡାର ମଝିରେ ଅଚଳ ହୋଇପଡିଥିଲା ।

ଫଳରେ ଇନ୍ଦ୍ରାବତୀ ଜଳ ଭଣ୍ଡାରର ଅକାତକାତ ପାଣିରେ ଦିର୍ଘ ୨ ଘଣ୍ଟା ଧରୀ ୧୫ ଜଣ ଯାତ୍ରୀ ଫସି ରହିଥିଲେ । ଚତୁପାଶ୍ୱର୍ରେ ଜଳମଗ୍ନ ହୋଇଥିବାରୁ ସମସ୍ତେ ନିରୁପାୟ ହୋଇଯାଇଥିବା ବେଳେ ନୌଚାଳକ ଜୟ ଗଉଡଙ୍କ ଉପସ୍ଥିତ ବୁଦ୍ଧି ଓ ସାହାସୀକତା ବଳରେ କୌଶଲ କ୍ରମେ ଡଙ୍ଗାକୁ ଏକ ଠାପୁ ମଧ୍ୟକୁ ନେଇଯାଇଥିଲେ । ଠିକ୍ ଏହି ସମୟରେ ୫ କି.ମି ପାଖାପୁଖି ଦୂରରେ ଯାଉଥିବା ଏକ ଡଙ୍ଗାକୁ ଦେଖି ନୈଚାଳକ ଜୟ ଗଉଡ ଇସାରା କରିଥିଲେ । ଉକ୍ତ ଡଙ୍ଗାଟି ସେଠାରେ ପହଂଚିବା ପରେ ସେହି ଡଙ୍ଗା ସାହାର୍ଯ୍ୟରେ ଯାତ୍ରୀ ମାନଙ୍କ ସହିତ ଫସିରହିଥିବା ଡଙ୍ଗାକୁ କୂଳକୁ ନୋଇଯାଇଥିଲେ । ବର୍ତ୍ତମାନ ଡଙ୍ଗାରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଭାବରେ ପହଞ୍ଚିଥିବା ଜଣାପଡିଛି । ଡଙ୍ଗାରେ ଗୋପିନାଥପୁର ପଂଚାୟତ ଓ ମାଲିଗାଁ ପଂଚାୟତର ୪ ଜଣ ମହିଳା ସମେତ ୧୧ ଜଣ ପୁରୁଷ ରହିଥିବାବେଳେ ବିଭିନ୍ନ କାର୍ଯ୍ୟରେ ସେମାନେ ନବରଙ୍ଗପୁର ଓ ଖାତିଗୁଡାକୁ ଯାଉଥିବା ଜଣାପଡିଛି ।

ଗୁଗଲ୍ କ୍ରୋମ୍’ରେ odiabarta.in ଖୋଲନ୍ତୁ, ଲାଲ୍ ବେଲ୍ ବଟନ୍’ରେ କ୍ଲିକ୍ କରି ନୋଟିଫିକେସନ୍ ସବ୍ସକ୍ରାଇବ୍ କରନ୍ତୁ ଏବଂ ସମସ୍ତ ଖବର ଓ ବିଚାର ସୂଚନା ପାଆନ୍ତୁ