ପଲମରେ ତୁଳସୀ ରାମାୟଣ ପାରାୟଣ 

ପବିତ୍ର ଶ୍ରାବଣ ମାସରେ ମର୍ଯ୍ୟଦା ପୁରୁଷୋତ୍ତମ ଶ୍ରୀରାମଙ୍କ ପରମ ପବିତ୍ର ନାମ କିର୍ତନ

କର୍ଲାମୁଣ୍ଡା,୧୪/୮ : କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଅନ୍ତର୍ଗତ ପଲମ ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ସପ୍ତାହବ୍ୟାପି ତୁଳସୀ ରାମାୟଣ ପାରାୟଣ ଆୟୋଜିତ ହୋଇଛି । ଗତ ୯ ତାରିଖରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ । ପବିତ୍ର ଶ୍ରାବଣ ମାସ ଅବସରରେ ପଲମ ବୋଲବମ କମିଟି ତରଫରୁ ସାତଦିନ ବ୍ୟାପି ତୁଳସୀ ରାମାୟଣ ପାରାୟଣର ଆୟୋଜନ କରାଯାଇଛି ।ପ୍ରତ୍ୟେକ ଦିନ ସନ୍ଧ୍ୟା ଆରତି ପରେ ପ୍ରବଚନ ଅନୁଷ୍ଠିତ ହେଉଛି । ପଶ୍ଚିମ ଓଡିଶାର ପ୍ରସିଦ୍ଧ କୀର୍ତ୍ତନ ଓ ପୁରାଣ ଗାୟକ ଶ୍ରୀ ସଂଞ୍ଜୟ ସାହୁ (ଟୁର୍ଚି,କଳାହାଣ୍ଡି) ତୁଳସୀ ରାମାୟଣ ପୁରାଣ ପଠନ କରୁଥିବା ବେଳେ ଅଞ୍ଚଳର ପ୍ରସିଦ୍ଧ ପ୍ରବଚକ ଶ୍ରୀ ମୋହନ ଦାସ ଯୋଗଦେଇ ପ୍ରବଚନ ମାଧ୍ୟମରେ ଉପସ୍ଥିତ ଭକ୍ତ ମାନଙ୍କୁ ଶ୍ରୀରାମାରସାମୃତ ପାନ କରାଉଛନ୍ତି ।

ଏହି କାର୍ଯ୍ୟକ୍ରମରେ ଶ୍ରୀ ଅଞ୍ଜନ କୁମାର ମିଶ୍ର ଓ ଶ୍ରୀ ଉମା ଶଙ୍କର ମିଶ୍ର ପୂଜାର୍ଚ୍ଚନା ଦାୟିତ୍ଵ ନିର୍ବାହ କରୁଥିବା ବେଳେ ଶ୍ରୀ ଭଜ ଶଙ୍କର ସାହୁ ଓ ତାଙ୍କ ଧର୍ମପତ୍ନୀ ଶ୍ରୀମତୀ ଅନିତା ସାହୁ କର୍ତ୍ତା ଦାୟିତ୍ଵ ନିର୍ବାହ କରୁଛନ୍ତି । ପ୍ରତ୍ୟେକ ଦିନ ଉପସ୍ଥିତ ସମସ୍ତ ଭକ୍ତ ମାନଙ୍କୁ କାର୍ଯ୍ୟକ୍ରମର ଶେଷରେ ଅନ୍ନପ୍ରସାଦ ବଣ୍ଟନ କରାଯାଉଛି । କାର୍ଯ୍ୟକ୍ରମରେ ଶ୍ରୀ ଭୂବନେଶ୍ଵର ସାହୁ, ଶ୍ରୀ ମକରନ୍ଦ ସାହୁ, ଶ୍ରୀ ଟୁକୁ ଚନ୍ଦ୍ର ସାହୁ, ଶ୍ରୀ ରଙ୍ଗାଧର ଗହିର, ଶ୍ରୀ ନୀଲମଣି ଗହିର ଙ୍କ ସମେତ କମିଟିର ସମସ୍ତ କର୍ମକର୍ତ୍ତା ମାନେ ଉପସ୍ଥିତ ରହି ସହଯୋଗ କରୁଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ଅଞ୍ଚଳର ତଥା ଗ୍ରାମର ହଜାର ହଜାର ଭକ୍ତମାନେ ଯୋଗଦେଇ ପ୍ରଭୂଙ୍କ ନାମାରସାମୃତ ପାନ କରୁଛନ୍ତି ।

କର୍ଲାମୁଣ୍ଡା ବ୍ଲକ ପ୍ରତିନିଧି ବାଲକୁମର ସାହୁଙ୍କ ରିପୋର୍ଟ odiabarta.in
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.