ବଲାଙ୍ଗୀର,୬/୧୨:
ଟିଟିଲାଗଡ ବ୍ଲକ ଅନ୍ତର୍ଗତ ଭାଲେଗାଁ ଗ୍ରାମ ପଞ୍ଚାୟତ ଆନୁକୂଲ୍ୟରେ ବିଜୁ ଯୁବ ବାହିନୀ ତରଫରୁ ସଭାପତି ଶ୍ରୀ ହିତେସ କୁମାର ମହାନନ୍ଦ ଙ୍କ ସଭାପତିତ୍ବରେ ହକି ପାଇଁ ଦୌଡ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା ।
ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ଶ୍ରୀଯୁକ୍ତ କ୍ରୀଷ୍ଣା ବାଗ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଗ୍ରାମ ରୋଜଗାର ସେବକ ଦୁଶାସନ ଚନ୍ଦନ, ଯୋଗାଣ ସହାୟକ ଶ୍ରୀଯୁକ୍ତ ହରେ କୃଷ୍ଣ ସାହୁ, ବାଞ୍ଜିପଦର ବିଜୁ ଯୁବ ବାହିନୀ ସଭାପତି ଶ୍ରୀ ଭିଷ୍ମସେନ୍ ମହାକୁର ଯୋଗଦାନ କରିଥିଲେ ।
କର୍ଲାପଡା ଛକ୍ ଠାରୁ ଦୌଡ ଆରମ୍ଭ କରି ପାଞ୍ଚ କିଲୋମିଟର ଦୂରରେ ଅବସ୍ଥିତ ଭାଲେଗାଁ ଛକ୍ ଠାରେ ଦୌଡ ଶେଷ ହୋଇଥିଲା ଏବଂ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ପୁରଷ୍କାର ବିତରଣ କାର୍ଯ୍ୟକ୍ରମ ହୋଇଥିଲା ।
ଖିରୋଦ୍ର ନାଏକ ପ୍ରଥମ, ମାର୍କଣ୍ଡ ମାଝୀ ଦ୍ବିତୀୟ ଓ ଉମାକାନ୍ତ ପୋଢ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସମ୍ପାଦକ ଶ୍ରୀ ଗୁଣମଣୀ ଚନ୍ଦନ ସମ୍ପାଦନା କରିଥିବା ବେଳେ କୋଷାଧ୍ୟକ୍ଷ ଶ୍ରୀ ଉପେନ୍ଦ୍ର ଗହିର ସମସ୍ତ ଙ୍କୁ ଧନ୍ୟବାଦ ଅଭିଭାଷଣ ଅର୍ପଣ କରିଥିଲେ । ଅନନ୍ୟ ସମସ୍ତ ବିଜୁ ଯୁବ ବାହିନୀ ସଦସ୍ୟ ମାନେ ଉପସ୍ଥିତ ଥିଲେ ।