ରାୟଗଡରେ ଧୂମଧାମରେ ପାଳିତ ହେଲା ପବିତ୍ର ରକ୍ଷା ବନ୍ଧନ ଉତ୍ସବ

ରାୟଗଡ,୧୫/୮ : ରାକ୍ଷୀ ‘ଏକ ଏମିତି ଶଦ୍ଦ ଯିଏ ସୂଚେଇ ଥାଏ ଭାଇଭଉଣୀର ପବିତ୍ର ସମ୍ପର୍କର ସ୍ନେହର ଡୋରିକୁ । ଯାହାକୁ ଭାଇ ହାତରେ ବାନ୍ଧି ସାରା ଜୀବନ ସୁରକ୍ଷାର ପ୍ରତିଶୃତି ଓ ଭାଇର ଦୀର୍ଘାୟୁ କାମନା କରିଥାଏ ଉଉଣୀଟିଏ ।

ଏହି ପର୍ବକୁ ପାଳନ କରିବା ପାଇଁ ଏକ ବର୍ଷ ଧରି ଚାହିଁ ରହିଥାନ୍ତି ଭଉଣୀମାନେ । ଚଳିତ ବର୍ଷ ଅଗଷ୍ଟ ୧୫ତାରିଖ ସ୍ୱାଧୀନତା ଦିବସ ସହ ପାଳିତ ହେଉଛି ରାକ୍ଷୀ ପୂର୍ଣ୍ଣିମା । ଭଉଣୀମାନେ ଥାଳିରେ ବିଭିନ୍ନ ସୁଆଦିଆ ମିଠା ବ୍ୟଂଜନ ସହ ସିନ୍ଦୁର, ହଳଦୀ, ଦୀପ ସହ ରାକ୍ଷୀ ରଖି ବନ୍ଦାପନା କରି ଭାଇ ହାତରେ ରାକ୍ଷୀ ବାନ୍ଧିଥାନ୍ତି ।

ରାୟଗଡ ସହରରେ ରାକ୍ଷୀ ବନ୍ଧନ ଦିବସକୁ ଦୃଷ୍ଟିରେ ରଖି ପାଖାପାଖି ୧ମାସ ପୂର୍ବରୁ ବଜାରରେ ଭଳିକି ଭଳି ରାକ୍ଷୀ ଦୋକାନ ବସିଥିବା ଦେଖିବାକୁ ମିଳିଥିଲା । ଏହି ଦୋକାନ ଗୁଡିକରେ ସୂତାଧାଗା ଠାରୁ ଆରମ୍ଭ କରି ଷ୍ଟୋନଦ୍ୱାରା ସୁନ୍ଦର ଭାବେ ପ୍ରସ୍ତୁତ ହୋଇଥିବା ରାକ୍ଷୀଗୁଡିକ ୧୦ଟଙ୍କାରୁ ଆରମ୍ଭ କରି ହଜାରେ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଥିଲା ।

ପିଲାମାନଙ୍କ ପାଇଁ ମଧ୍ୟ ବିିଭିନ୍ନ କାର୍ଟୁନ ଷ୍ଟାଇଲ୍ସର ରାକ୍ଷୀଗୁଡିକ ବିକ୍ରି ହୋଇଥିବା ବେଳେ ମିଠା ଦୋକାନଗୁଡିକରେ ମଧ୍ୟ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ସେହିପରି ରାୟଗଡ ଜିଲ୍ଳାର ପୁରପଲ୍ଳୀ ଅଂଚଳରେ ରକ୍ଷା ବନ୍ଧନ ତଥା ଗହ୍ମା ପୂର୍ଣ୍ଣିମା ଉପଲକ୍ଷେ ଚାଷୀ ପରିବାରମାନେ ଚାଷପାଇଁ ବ୍ୟବହାର କରୁଥିବା ହଳ ଲଙ୍ଗଳ ସହ ନିଜ ବଳଦକୁ ପୂଜା କରିଥିଲେ ।

 

ରାୟଗଡରୁ ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.