ସରକାରଙ୍କ ଗୁଣ କିର୍ତ୍ତନ କଲେ, କିନ୍ତୁ ବନ୍ୟା ବିପନ୍ନଙ୍କୁ ଆହା ପଦେ କହିଲେ ନାହିଁ ନବ ଦାସ (Visual News) 


ବଲାଙ୍ଗିର,୧୬/୮ : ଦେଶର ୭୩ତମ ସ୍ବାଧୀନତା ଦିବସ ବଲାଙ୍ଗିରରେ ମହାସମାରୋହରେ ପାଳିତ ହୋଇଯାଇଛି ।ଜିଲ୍ଲା ସ୍ଥରୀୟ ସ୍ବାଧୀନତା ଦିବସ ପାଳନ କାର୍ଯ୍ୟକ୍ରମରେ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ । ତାଙ୍କ ସହିତ ବଲାଙ୍ଗିର ଜ଼ିଲ୍ଲାପାଳ, ଆରକ୍ଷୀ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ । ମାନ୍ୟବର ମନ୍ତ୍ରୀ ପତାକା ଉତ୍ତୋଳନ କରିବା ସହ ସମବେତ ପ୍ୟାରେଡରେ ଅବିଭାଦନ ଗ୍ରହଣ କରିଥିଲେ । ନିଜ ଅବିଭାଷଣରେ ଦେଶର ମହାନ ବରପୂତ୍ର ମାନଙ୍କୁ ସ୍ମରଣ କରିବା ସହ ନିଜ ସରକାରଙ୍କ ବିଭିନ୍ନ ଯୋଜନା ସଂପର୍କରେ ବିଷଦ ଭାବେ ଆଲୋକପାତ କରିଥିଲେ ।

(ମଝିରେ ଛୁଇଁ ଦେଖନ୍ତୁ ଭିଡିଓ ଭିଡିଓ 👆)

କିନ୍ତୁ ବଲାଙ୍ଗିର ବନ୍ୟା ବିଷୟରେ ପଦୁଟିଏ କହିଲେ ନାହିଁ କିମ୍ବା ବନ୍ୟା ପ୍ରପିଡିତ ମାନଙ୍କୁ ସମବେଦନା ଜ୍ଞାପନ କଲେନାହିଁ । ଯାହାକୁ ନେଇ ସାଧାରଣରେ ଅସନ୍ତୋଷର ବାତାବରଣ ଦେଖିବାକୁ ମିଳିଥିଲା । ସୂଚନା ଯୋଗ୍ୟଯେ, ସ୍ବାଧୀନତା ଦିବସର ଦୁଇଦିନ ପୂର୍ବରୁ ବଲାଙ୍ଗିର ସହର ଲଗାଣ ବର୍ଷାରେ ଜଳବନ୍ଦି ହୋଇ ପଡିଥିଲା । ଜନତା ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଇଥିବାବେଳେ ଅନେକ କ୍ଷୟକ୍ଷତି ହୋଇଥିଲା ।

ବଲାଙ୍ଗିରରୁ ସଞ୍ଜୟ କୁମାର ମିଶ୍ରଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇
http://facebook.com/odiabarta