ବନ୍ୟା ପରେ ଅତିଷ୍ଠ ହୋଇ ଉଠିଛି ଜୀବନ, ରାଜରାସ୍ତାକୁ ଓହ୍ଲାଇଲେ ବସ୍ତି ବାସିନ୍ଦା (Visual News) 


ବଲାଙ୍ଗିର,୧୭/୮ : କିଛି ଦିନ ତଳେ ବଲାଙ୍ଗିର ସହର ଜଳବନ୍ଦି ହୋଇଥିଲା । ବନ୍ୟା ଛାରଖାର କରିଦେଇଛି ପୁରା ସହରକୁ । ହଜାର ହଜାର ଲୋକ ପ୍ରଭାବିତ ହୋଇଥିବା ବେଳେ ଧନ ସଂପତ୍ତି କ୍ଷୟ କ୍ଷତି ହୋଇଛି । ବନ୍ୟା ପରର ଚିତ୍ର ଅତି ଦାରୁଣ ହୋଇପଡିଛି । ଲୋକଙ୍କୁ ପିଇବା ପାଇଁ ଶୁଦ୍ଧ ପାନୀୟ ଜଳ ମିଳୁନଥିବା ବେଳେ ବର୍ତ୍ତମାନ ସୁଦ୍ଧା ଘରୁ ନିସ୍କାସିତ ହୋଇ ପାରୁନି ବନ୍ୟା ଜଳ, ଗମନା ଗମନ ପାଇଁ ରାସ୍ତା ନାହିଁ । ଏପଟେ ଜନତାଙ୍କ ଦୂଃଖ ଦୂର୍ଦଶା ବୁଝିବାକୁ କୌଣସି ସରକାରୀ ବାବୁ କିମ୍ବା ନେତା ମନ୍ତ୍ରୀ ଆସି ନାହାନ୍ତି । ଯାହାକୁ ନେଇ ବଲାଙ୍ଗିର ସତ୍ୟନାରାୟଣ ପଡାବାସୀ ୫୭ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି ।

(କ୍ଲିକ କରି ଦେଖନ୍ତୁ ଭିଡିଓ 👆)

ପିଲା ଠୁ ବୁଢା, ମହିଳା ପୁରୁଷ ସମସ୍ତେ ଆସି ଶାନ୍ତି ପୂର୍ଣ୍ଣ ଭାବରେ ରାସ୍ତା ଉପରେ ବସି ପଡିଥିଲେ । ଆନ୍ଦୋଳନ ଯୋଗୁଁ ଶହ ଶହ ସଂଖ୍ୟାରେ ଗାଡି ମୋଟର ରାସ୍ତାରେ ଠିଆ ହୋଇ ରହିଥିଲା ତେଣୁ ଯାତ୍ରୀ ମାନେ ଅସିବିଧାର ସମ୍ମୁଖିନ ହୋଇଥିଲେ। ସ୍ଥାନୀୟ ବିଧାୟକ ନରସିଂହ ମିଶ୍ର ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝା ସୁଝା କରି ସବୁ ସମସ୍ୟାର ସମାଧାନ କରାଯିବ ବୋଲି କହିବାପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।

ବଲାଙ୍ଗିରରୁ ସଞ୍ଜୟ କୁମାର ମିଶ୍ରଙ୍କ ରିପୋର୍ଟ odiabarta.in 
ଗୁଗଲ୍ କ୍ରୋମ୍’ରେ odiabarta.in ଖୋଲନ୍ତୁ, ଲାଲ୍ ବେଲ୍ ବଟନ୍’ରେ କ୍ଲିକ୍ କରି ନୋଟିଫିକେସନ୍ ସବ୍ସକ୍ରାଇବ୍ କରନ୍ତୁ ଏବଂ ସମସ୍ତ ଖବର ଓ ବିଚାର ସୂଚନା ପାଆନ୍ତୁ