ପ୍ରକୃତି ପ୍ରାଣରେ ଜୀବନ ସଂଚାର କରିଛନ୍ତି କବି ଗଙ୍ଗାଧର

ଯୁଗଯାତ୍ରୀ ସାହିତ୍ୟ ସଂସଦର ମେହେର ଜୟନ୍ତୀ

କଳାହାଣ୍ଡି:୧୭/୮(ହେମନ୍ତ ସାହୁ):ପ୍ରକୃତି ପ୍ରାଣରେ ଜୀବନ ସଂଚାର କରିପାରିଛନ୍ତି ପ୍ରାତଃ ସ୍ମରଣୀୟ କବି ଗଙ୍ଗାଧର ମେହେର । ତାଙ୍କର ସମସ୍ତ କାବ୍ୟ କବିତାରେ ପ୍ରକୃତି ଜଡ଼ ନୁହେଁ ଜୀବନ୍ତ ଏବଂ ବିଶେଷ କରି ତାଙ୍କର ଅନନ୍ୟ କୃତି ତପସ୍ୱିନୀ କାବ୍ୟରେ ପ୍ରକୃତି ତ ସମଧର୍ମା ସାଜିଛି ବିଭିନ୍ନ ସମୟରେ । କେବେ ସୀତାଙ୍କ ବନଚାରିଣୀ ହେବାର ଦୁଃଖରେ ପ୍ରକୃତି ପ୍ରତିଟି ଛତ୍ରେ ଛତ୍ରେ ସୀତାଙ୍କ ସହିତ ରହିଛି । କଳାହାଣ୍ଡିର ସର୍ବପୁରାତନ ସାହିତ୍ୟ ସଂସଦ ଯୁଗଯାତ୍ରୀ ସାହିତ୍ୟ ସଂସଦ ତରଫରୁ ଗୌରଚନ୍ଦ୍ର ସାଂସ୍କୃତିକ ଅନୁଷ୍ଠାନରେ ଅନୁଷ୍ଠିତ ମେହେରଙ୍କ ଜୟନ୍ତୀ ସମାରୋହରେ ଅତିଥିମାନେ ଯୋଗଦେଇ ମେହେର ସାହିତ୍ୟ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଚନ୍ତି ।

ସଂସଦର ସଭାପତି ପଦ୍ମ ଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ମୁଖ୍ୟ ଅତିଥିଭାବରେ ସ୍ଥାନୀୟ ତହସିଲଦାର ସୟଦ ଇସାକ୍ ମଦିନା, ମୁଖ୍ୟବକ୍ତା ଭାବରେ ଜୟପାଟଣା ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟାପକ ସୁଶାନ୍ତ କୁମାର ଲେଙ୍କା ଯୋଗଦେଇଥିବା ବେଳେ ସ୍ୱାଗତ ଅଭିଭାଷଣ ତଥା ପରିଚୟ ପ୍ରଦାନ କରିଥିଲେ ହେମନ୍ତ ସାହୁ । ଏହି ଅବସରରେ ଆୟୋଜିତ କବିତା ପାଠୋତ୍ସବକୁ ସରସ୍ୱତୀ ମିଶ୍ର ଓ ଅଧ୍ୟାପିକା ଲିପ୍ସମୟୀ ଦୁବେ ସଂଯୋଜନା କରିଥିବାବେଳେ ବରିଷ୍ଠ କବି ଘାସିରାମ ମିଶ୍ର, ରମେଶଚନ୍ଦ୍ର ମିଶ୍ର, ଉଦୟ ନାୟକ, ବିଜୟ କୁମାର ଭୋଇ, ବିଶ୍ୱନାଥ ସାହୁ, ନରେଶ କୁମାର ସାହୁ, କାହ୍ନୁଚରଣ ସାହୁ, ମାନସ ରଂଜନ ପ୍ରହରାଜ, ଅରୁଣ ପ୍ରଧାନୀ, ଚମରା ବଗର୍ତ୍ତୀ, ସଂକୀର୍ତ୍ତନ ଘିଭେଲା, ନିରଂଜନ ମହାରଣା ପ୍ରମୁଖ ପଚାଶରୁ ଉର୍ଦ୍ଧ କବି କବିତା ପାଠ କରିଥିଲେ ।

 

ଏହି ଅବସରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗୀତାରେ ପ୍ରଥମଶ୍ରେଣୀ (ଗଳ୍ପାଭିନୟ), ପ୍ରଥମ ଅର୍ଚ୍ଚିତା ସାହୁ, ଦ୍ୱିତୀୟ ଅଂଶିକା ତ୍ରିପାଠୀ, ତୃତୀୟ ବିଭୂଦତ୍ତ ସାହୁ, ଦ୍ୱିତୀୟ ଓ ତୃତୀୟ ଶ୍ରେଣୀ(ଚିତ୍ରାଙ୍କନ) ଆକାଶ ମାଝୀ, ଲୁପୁନ ବାଗ, ଦିବ୍ୟସ୍ମିତା ସାହୁ ଓ ଦୀପାଞ୍ଜଳୀ ପାତ୍ର, ଚତୁର୍ଥ ଓ ପଂଚମ (ସାଧାରଣ ଜ୍ଞାନ) ସ୍ନେହା ରଣା, ଚନ୍ଦନ ପାତ୍ର, ଆୟୂଷ ଶତପଥୀ, ଷଷ୍ଠ ଓ ସପ୍ତମ ଶ୍ରେଣୀ (ସାଧାରଣଜ୍ଞାନ) ସ୍ୱୟଂଶ୍ରୀ ମୁନୀ, ଶ୍ରୀକାନ୍ତ ପାତ୍ର, କୁମୁଦ ପାତ୍ର, ଗଳ୍ପ ଲିଖନ ସୌମ୍ୟ ରଂଜନ ରାଉତ, ସୁଶ୍ରୀ ବୈଜୟନ୍ତୀ ମିଶ୍ର, କ୍ଷିତିଶ କୁମାର ବଗର୍ତ୍ତୀ, ଷଷ୍ଠ ଓ ସପ୍ତମ ଶ୍ରେଣୀ ରଚନା ଲିଖନ ସୁହାନା ବିଶ୍ୱାଳ, ସ୍ମୃତିରଂଜନ ଦାସ, ସୁପ୍ରିୟା ପ୍ରିୟଦର୍ଶିିନୀ ପ୍ରମୁଖ କୃତୀ ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ ।

ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ସୁଶାନ୍ତ ମିଶ୍ର, ରାକେଶ ଶତପଥୀ, ରିତେଶ ଶତପଥୀ, ଲକ୍ଷ୍ମଣ ସ୍ୱାଇଁ । ଧନ୍ୟବାଦାର୍ପଣ କରିଥିଲେ ପବନ କୁମାର ମହାଲିକ । ସଂପାଦକ ପରମାନନ୍ଦ ବିଶି ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ କୋଷାଧ୍ୟକ୍ଷ ପରମାନନ୍ଦ ଅଗ୍ରୱାଲ, ଅଧ୍ୟାପକ ଶୈଳେନ୍ଦ୍ର ପ୍ରସାଦ ଆଚାର୍ଯ୍ୟ, ଇପ୍ସାମୟୀ ଦୁବେ, ସନ୍ତୋଷ କୁମାର ଦୁବେ, ଧୀରେନ୍ଦ୍ର ମହାନ୍ତି, ଅଧ୍ୟାପକ ସୁବୋଧ କୁମାର ଶତପଥୀ, ସାଇ ପ୍ରସାଦ ମହାରଣା ପ୍ରମୁଖ ସହଯୋଗ କରିଥିଲେ ।


For latest news & updates, click on bell button and subscribe to notifications.
Like us on Facebook👇
http://facebook.com/odiabarta
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.