ହିରାପୁରରେ ପଞ୍ଚ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ

କୋକସରା/ଜୟପାଟଣା,୬/୧୨:

ଜୟପାଟଣା ବ୍ଲକ ଅନ୍ତର୍ଗତ ହିରାପୁର ଠାରେ ଆରମ୍ଭ ହୋଇଥିବା ପଞ୍ଚ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ର ଆଜି ଥିଲା ଦ୍ବିତୀୟ ଦିବସ । ଦ୍ବିତୀୟ ଦିନର ଖେଲ ବାନେର ଓ ମଙ୍ଗଲପୁର ମଧ୍ୟରେ ଖେଳା ଯାଇଥିଲା ଏହି ମ୍ୟାଚରେ ବାନେର ୧-୦ ଗୋଲରେ ବିଜୟୀ ହୋଇ ପ୍ରି-କ୍ବାଟରେ ପ୍ରବେଶ କରିଥିଲେ । ଏହି ଖେଲ ପରିଚାଲନାରେ ସୋମ୍ୟରଞ୍ଜନ ଛତ୍ରୀଆ ପରିଚାଲନା କରିଥିବା ବେଲେ ତାଙ୍କୁ ଅଭିଲାଲ ରାଉତ ଓ ବୀରବର ଶବର ସହଯୋଗ କରିଥିଲେ।

ଦ୍ବିତୀୟ ମ୍ୟାଚ ଅରେବେଡା ଓ ମାଲଗୁଣ୍ଡି ମଧ୍ୟରେ ଖେଲାଯାଇଥିଲା ଏହି ମ୍ୟାଚରେ ଅରେବେଡା ଦଳ ୧-୦ ଗୋଲରେ ମାଲଗୁଣ୍ଡି କୁ ହରାଇ ପ୍ରି-କ୍ବାଟରରେ ପ୍ରବେଶ କରିଥିଲା । ପରବର୍ତ୍ତୀ କ୍ବାଟର ଫାଇନାଲ ମ୍ୟାଚ ଅରେବେଡା ଓ ବାନେର ମଧ୍ୟରେ ଖେଲାଯାଇଥିଲ । ଏହି ମ୍ୟାଚରେ ଆରେବେଡା ଦଳ ୫-୩ ବ୍ୟବଧାନରେ ପେନାଲଟି ସଟ୍ ମାଧ୍ୟମରେ ବାନେରକୁ ହରାଇ ସେମି ପାଇନାଲ ପର୍ଯ୍ୟାୟକୁ ପ୍ରବେଶ କରିଛି ।

ଭୋଲାଶଙ୍କର ଦଳପତି (ମଣ୍ଟୁ) ଙ୍କ ସ୍ମୃତି ଉଦେଶ୍ୟରେ ହୋଇଥିବା ଦ୍ବିତୀୟ ଦିନ ଖେଲରେ ଲାଞ୍ଜିଗଡ ବିଧାନସଭା ପାଇଁ ଆଶାୟୀ ବିଧାୟକ ପ୍ରାର୍ଥୀ ସମାଜସେବୀ ଇଂ ସୁଶୀଲ କୁମାର ଶବର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉପସ୍ଥିତ ଜନସାଧାରଣ , ଖେଲପ୍ରେମୀ ଓ ସମସ୍ତ ଖେଲାଲୀଙ୍କୁ ଉସ୍ଛାହିତ କରିଥିଲେ । ସମ୍ନାନିତ ଅତିଥି ଭାବେ ପୂର୍ବତନ ସରପଞ୍ଚ ହୀରାପୁର ଭଗବାନ ବାଣୁଆ, ପୁର୍ବତନ ସମିତିସଭ୍ୟ ଟଙ୍କଧର ପ୍ରହରିଆ , ଆୟୋଜକ ଲମ୍ବୋଦର ନାଏକ, ଅଭିଲାଲ ରାଉତ, ନକୁଲ ଝଡିଆ, ଗଙ୍ଗାଧର ଦିସାରୀ, ଶିଷକ ହେମନ୍ତ ମାଝୀ ପ୍ରମୂଖ ଉପସ୍ଥିତ ରହିଥିଲେ ।  ଗୋପବନ୍ଧୁ ନାଏକ ଓ ଲମ୍ବୋଦର ନାଏକ ଖେଲର ଧାରାବିବରଣୀ ପ୍ରଦାନ କରିଥିଲେ।

ହିରଣ୍ୟ ବେହେରାଙ୍କ ରିପୋର୍ଟ ଓଡିଆ ବାର୍ତ୍ତା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.