ଅଳ୍ପଗଳ୍ପ ପୁରାଣ ପ୍ରସଙ୍ଗରୁ : ବଳରାମ ଜନ୍ମ


କଂସ ବନ୍ଦିଘରେ ଦେବକୀ ଓ ବସୁଦେବ ମହାଦୂଃଖରେ କାଳାତିପାତ କରୁଥାନ୍ତି । ବର୍ଷକୁ ବର୍ଷ ଛ’ ସନ୍ତାନକୁ କଂସ ନାସ କରିବା ଉତ୍ତାରୁ ଦେବକୀର ଦୂଃଖ ଦେଖି ଭଗବାନ ଅନନ୍ତ ଋପ ଧାରଣ କରି ଦେବକୀ ଗର୍ଭରେ ପ୍ରବେଶ କଲେ । ଦେବକୀ ମନେ ମନେ ଭାବୁଛି ଗର୍ଭ କଷ୍ଟ କେତେ ଅବା ସହିବି । ଗର୍ଭରେ ଦଶ ମାସ ଧରି ମଧ୍ୟ କୋଳରେ ଧରି ପାରୁନାହିଁ, ଏମିତି ଭାବି ତାଙ୍କ ନୟନରୁ ଅଶ୍ରୃ ବୋହି ପଡୁଛି । ଦାଶ ବତ୍ସଳ ନାରାୟଣ ଦେବକୀର ମନ ଜାଣିପାରି ଅମ୍ବିକାକୁ କହିଲେ – ତୁ ରାତ୍ରର ପ୍ରଥମ ପ୍ରହରରେ କଂସର ବନ୍ଦି ଶାଳାକୁ ଯାଇ ପ୍ରବେଶ କରିବୁ ।

ବସୁଦେବକୁ କଂସ ଯେତେବେଳେ ବଳପୂର୍ବକ ଧରି ଆଣି ବନ୍ଦି କଲା, ତା’ର ପତ୍ନି ରୋହିଣୀ ଗୋପପୁର ନନ୍ଦ ଘରେ ଲୁଚିଲା । ତେଣୁ ତୁ ଦେବକୀର ନିଦ୍ରା ସମୟରେ ତା’ର ଗର୍ଭକୁ ଯୋଗ ବଳରେ ହରଣ କରି ରୋହିଣୀ ଗର୍ଭରେ ଥୋଇବୁ । ତା’ପରେ ତୁ ଯୋସଦା ଗର୍ଭରେ ଜନ୍ମ ଗ୍ରହଣ କରିବୁ । ରୋହିଣୀ ଗର୍ଭରୁ ଯେଉଁ ସନ୍ତାନ ଜନ୍ମ ଗ୍ରହଣ କରିବ ସେ ଶଙ୍କର୍ଷଣ । ସେ ଲୋକଙ୍କ ମଧ୍ୟରେ ଶ୍ରେଷ୍ଠ ହେବ । ତା’ ବଳ ସାଙ୍ଗରେ କେହିବି ସମାନ ହେବେନାହିଁ, ତେଣୁ ସେ ବଳରାମ ନାମରେ ବିକ୍ଷାତ ହେବ ।

ଭଗବାନଙ୍କ କଥା ଅନୁସାରେ ଅମ୍ବିକା ଯୋଗବଳରେ ଦେବକୀର ଗର୍ଭ ହରଣକରି ରୋହିଣୀ ଗର୍ଭରେ ପ୍ରବେଶ କରାଇଲେ । ରୋହିଣୀର ଗର୍ଭ ଦିନକୁ ଦିନ ଭାରି ହେବାକୁ ଲାଗିଲା । ସିଂହ ପୂର୍ଣ୍ଣିମା ଦିନ ରୋହିଣୀ ପୁତ୍ର ସନ୍ତାନ ପ୍ରସବ କଲେ । ସେହି ପୁତ୍ର ଧବଳ ବର୍ଣ୍ଣ ଯୁକ୍ତ ଓ ମସ୍ତକରେ ସପ୍ତଫେଣି ସୋଭିତ ହୋଇଥିଲା । ଅପୁତ୍ରିକ ଘରେ ପୁତ୍ର ଜନ୍ମ ହୋଇଥିବା ହେତୁ ରାଜା ନନ୍ଦ ଅତି ଆନନ୍ଦିତ ହେଲେ । ସେ ଭାବିଲେ ମୋର ଘରେତ ପୁତ୍ର ନାହିଁ ଏହି ମୋତେ ସାହା ହେବ । ନନ୍ଦ ସେହି ପୁତ୍ରର ନାମ ବଳରାମ ରଖିଲେ ।

(ଶ୍ରୀମଦ୍ଭାଗବତ)

ସୁନୀଲ କୁମାର ଧଙ୍ଗଡାମାଝୀ

Editor odiabarta.in

For latest news & updates, click on bell button and subscribe to notifications.
Like us on Facebook👇
http://facebook.com/odiabarta