ସୋନପୁର,୨୧/୮ : ଭାରତ ରତ୍ନ, ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କ ୭୫ ତମ ଜନ୍ମ ଜୟନ୍ତୀ ଜିଲ୍ଲା ଭିନ୍ନକ୍ଷମ ବିଦ୍ୟାଲୟ ଠାରେ ଅନୁଷ୍ଠିତ ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ଆୟୋଜିତ ଏହି ସଭାରେ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କୁ ଭକ୍ତିପୁତ ଶ୍ରଦ୍ଧାଞ୍ଜିଳୀ ଅର୍ପଣ କରାଯାଇଥିଲା । ସୋନପୁର ନଗର ସଭାପତି ଶ୍ରୀଯୁକ୍ତ ସୁଧୀର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ବିନୋଦ ପାତ୍ର, ଗୈାରୀ ଶ୍ୟାମ ପଣ୍ଡା, ମହମ୍ମଦ ଇମ୍ରାନ, ଜିତେନ୍ଦ୍ର ପଟ୍ଟନାୟକ, ବରୁଣ ସୁନା ,ପ୍ରିୟବ୍ରତ ସାହୁ, ମାଧବ କୁମ୍ଭାର, ରାଜେଶ ମିଶ୍ର, ନିମାଇଁ ପାଣିଗ୍ରାହି, ପଦ୍ମ ଲୋଚନ ଦଲାଇ, ତାରାଣି ବାରିକ, କୃତିବାସ ପାଣିଗ୍ରାହି, ଇଶ୍ୱର କୁମ୍ଭାର ପ୍ରମୁଖ ଉପସ୍ଥିତ ରହି ରାଜୀବ ଗାନ୍ଧୀଙ୍କ ସ୍ମୃତି ଚାରଣ କରିଥିଲେ । ପରେ ଜିଲ୍ଲା ଭିନ୍ନକ୍ଷମ ବିଦ୍ୟାଲୟ ର ଛାତ୍ରଛାତ୍ରୀ ମାନଙ୍କୁ ମିଷ୍ଟାନ ବଣ୍ଟନ କରାଯାଇଥିଲା ।