୧୨ଦଫା ଦାବି ନେଇ ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ମଜଦୁର ସଂଘର ବିକ୍ଷୋଭ

ରାୟଗଡ,୨୧/୮ : ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ମଜଦୁର ସଂଘ,ରାୟଗଡ ଜିଲ୍ଳା ତରଫରୁ ସ୍ଥାନୀୟ ଅଶୋକ କଲ୍ୟାଣ ମଣ୍ଡପ ଠାରୁ ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ଶୋଭାଯାତ୍ର ବାହାରିଥିବା ବେଳେ ସଂଘର ରାଜ୍ୟ ସଭାପତି ଅରୁଣ ଲେଙ୍କା ନେତୃତ୍ୱରେ ଶତାଧିକ ନିର୍ମାଣ ଶ୍ରମିକମାନେ ସାମିଲ ହୋଇ ଶ୍ରମ କାର୍ଯ୍ୟାଳୟ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ୧୨ଦଫା ଦାବିପତ୍ର ଜିଲ୍ଳା ଶ୍ରମ ଅଧିକାରୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଳା ଶ୍ରମ ଅଧିକାରୀ ଛୋଟରାୟ ଟୁଡୁଙ୍କୁ ପ୍ରଦାନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଅଖିଳ ଭାରତୀୟ କନଷ୍ଟ୍ରକସନ ମଜଦୁର ମହାସଂଘର ସର୍ବଭାରତୀୟ ସଂଗଠନର ସଂପାଦକ ବସନ୍ତ କୁମାର ସାହୁ ଓ ଉପଦେଷ୍ଠା ବିରଂଚି ନାରାୟଣ ପଣ୍ଡା ଯୋଗ ଦେଇ ନିର୍ମାଣ ଶ୍ରମିକମାନଙ୍କ ସାମାଜିକ ସୁରକ୍ଷା ପାଇଁ ୨୦୦୦ ମସିହାରୁ ଓଡିଶାରେ ନିର୍ମାଣ ଶ୍ରମିକ ବୋର୍ଡ କାର୍ଯ୍ୟ କରୁଥିଲେ ମଧ୍ୟ ଶ୍ରମିକମାନଙ୍କ ପଂଜିକରଣ ଓ ସହାୟତା ପ୍ରଦାନରେ ରାୟଗଡ ଜିଲ୍ଳା ସଂପୂର୍ଣ୍ଣ ବିଫଳ ହୋଇଥିବା ପ୍ରକାଶ କରିଥିଲେ । ସେହିପରି ଜିଲ୍ଳାପାଳ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ନିର୍ଦ୍ଦେଶନାମାକୁ ଗୁରୁତ୍ୱ ନ ଦେବା ଫଳରେ ନିର୍ମାଣ ଶ୍ରମିକମାନେ କୈାଣସି ସହାୟତା ପାଇ ପାରୁନାହାନ୍ତି ଓ ନୂତନ ନିୟମାନୁସାରେ ଶ୍ରମିକମାନଙ୍କ ପଂଜିକରଣ ଓ ସହାୟତା ପ୍ରଦାନରେ ବହୁ ଜଟିଳତା ଦେଖାଦେଉଥିବାରୁ ଏହାର ସମାଧାନ ପାଇଁ ସଂଘର ରାଜ୍ୟ ସଭାପତି ଶ୍ରୀ ଲେଙ୍କା ୧୨ଦଫା ଦାବିପତ୍ର ପ୍ରଦାନ କରିଥିଲେ ।

ଏହି ଦାବିପତ୍ରରେ ନିର୍ମାଣ ଶ୍ରମିକମାନଙ୍କ ପଂଜିକରଣକୁ ସରଳିକରଣ କରିବା, ପଂଜୀକୃତ ଶ୍ରମିକମାନଙ୍କ ପିଲାମାନଙ୍କ ଶିକ୍ଷା ସହାୟତା ନୂତନ ସମ୍ବନ୍ଧୀୟ ନିର୍ଦ୍ଦେଶନାମା ତୁରନ୍ତ ପ୍ରତ୍ୟାହାର କରିବା, ପଂଜିକୃତ ଶ୍ରମିକ ଅନୁନ୍ୟ ୫ବର୍ଷ ପ୍ରିମିୟମ ଦେଲେ ପେନସନ୍ ୩ହଜାର ଟଙ୍କା ପ୍ରଦାନ କରିବା, ସହାୟତାରେ ନିମ୍ନମାନର ସାଇକେଲ, ଯନ୍ତ୍ରପାତି ଓ ନିରାପତା ଉପକରଣ ପ୍ରଦାନ କରିଥିବା ସଂସ୍ଥା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା,ଜିଲ୍ଳାର ୮୦ପ୍ରତିଶତ ସେସ୍ ଜିଲ୍ଳାର ହିତାଧିକାରୀଙ୍କୁ ପ୍ରଦାନ କରିବା, ଗୃହ ନିର୍ମାଣ ରାଶି ପ୍ରଦାନରେ ଅଯଥା ଜଟିଳତା ବନ୍ଦ କରିବା ସହ ଭୂମିହୀନ ମାନଙ୍କୁ ନିର୍ଦ୍ଧିଷ୍ଟ ଭାବେ ଜାଗା ଚିହ୍ନଟ କରି ଘର ସହ ପଟ୍ଟା ପ୍ରଦାନ କରିବା, ନିର୍ମାଣ ବୋର୍ଡରେ ଆବଶ୍ୟକ ଭିତିଭୂମି ଗଠନ କରି ଜିଲ୍ଳାରେ ଆବଶ୍ୟକ ଶ୍ରମ କର୍ମଚାରୀ ଓ ଜିଲ୍ଳା ଶ୍ରମ ଅଧିକାରୀଙ୍କୁ ତୁରନ୍ତ ନିଯୁକ୍ତ କରିବା, ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଓ ଜିଲ୍ଳାରେ ରାଜନୈତିକ ହସ୍ତକ୍ଷେପ ବନ୍ଦ କରିବା, ଜିଲ୍ଳା ଶ୍ର୍ରମ କାର୍ଯ୍ୟାଳୟ ନିକଟରେ ଶ୍ରମିକ ଆଶ୍ରୟସ୍ଥଳ ଯଥାଶୀଘ୍ର ନିିର୍ମାଣ କରିବା ଆଦି ଦାବି ଉଲ୍ଳେଖ ରହିଛି ।

ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ଜିଲ୍ଳା ସଭାପତି ଗୋପିନାଥ କଣ୍ଡାଗରୀ, ସଂପାଦକ ବିଷ୍ଣୁ ହୁଇକା, ଧନଂଜୟ କଟାବଂଶ, ସୀମାଂଚଳ ମିଶ୍ର, ଖଗେଶ୍ୱର ସିଂ, ଶ୍ରୀମତି ମମତା ବିଶ୍ୱାଳ, ଶ୍ରୀମତି ପୁଷ୍ପାଂଜଳି ବେଉରା, ଜିତେନ୍ଦ୍ର ସାରକା, ବାବୁଲା ହୁଇକା, ମନୋଜ ପ୍ରମୁଖ ଉପସ୍ଥିତ ରହିଥିଲେ ।

 

ରାୟଗଡରୁ ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇
http://facebook.com/odiabarta
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.