ପ୍ରସୂତୀ ମହିଳାଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା, ଡାକ୍ତରଖାନା ସମ୍ମୁଖରେ ଧାରଣା (Visual News) 


କଳାହାଣ୍ଡି,୨୨/୮ : ମାତୃ ଓ ଶିଶୁ ମୃତ୍ୟୁହାର ରୋକିବା ପାଇଁ ସରକାରୀ ସ୍ଥରରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଥିଲେ ମଧ୍ୟ ଏଥିରେ ପୁରା ଲଗାମ ଲାଗି ପାରୁନାହିଁ । ଅକାଳରେ ଝଡି ପଡୁଛି ଜୀବନ । କଳାହାଣ୍ଡି ଜିଲା କର୍ଲାମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପୁଣି ଜଣେ ଗର୍ଭବତୀ ସନ୍ତାନ ପ୍ରସବ କରି ମୃତ୍ୟୁ ବରଣ କରିଛନ୍ତି । ଏହାକୁ ନେଇ ଡାକ୍ତରଖାନା ପରିଷରରେ ଉତ୍ତେଜନା ଦେଖାଦେଇଛି।

(କ୍ଲିକ କରି ଦେଖନ୍ତୁ ଭିଡିଓ 👆)

କେଉଁ କାରଣରୁ ତାଙ୍କର ମୃତ୍ୟୁ ଘଟିଲା ଏହାର ତଦନ୍ତ ଦାବିରେ ରେଗେଡା ସମିତି ସଭ୍ୟ ଅରବିନ୍ଦ ଚୌଧୁରୀଙ୍କ ନେତୃତ୍ୱରେ ପୌରକେଲା ସମିତି ସଭ୍ୟ ସୀମାଞ୍ଚଳ ଭୋଇ, ସରର୍ଗୁଲ ମାଲପଡା ସମିତି ସଭ୍ୟ ଯଶୋବନ୍ତ ସାହୁ, ତାରାକାନ୍ତ ସାହୁ, ରାଧେଶ୍ୟାମ ବାଗ, କର୍ଲାମୁଣ୍ଡା ସରପଞ୍ଚ କୃଷ୍ଣଚନ୍ଦ୍ର ବାଗ ଓ ଜନସାଧାରଣ ପକ୍ଷରୁ ଗଣେଶ ବାଗ, ପର୍ଶୁରାମ ସାହୁ, ଅର୍ଜୁନ ସାହୁ, ଟିକେଧର ରଣା ପ୍ରମୁଖ ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ଧାରଣା ଦେଇଥିଲେ। ସ୍ଥାନୀୟ କର୍ଲାମୁଣ୍ଡା ଫାଣ୍ଡି ଅଧିକାରୀ ଅଧିଶଚନ୍ଦ୍ର ବିଶ୍ୱାସ, ରିଷିଡା ଫାଣ୍ଡି ଅଧିକାରୀ ଲବରାମ ଛତ୍ରିଆ ଧାରଣା ସ୍ଥଳକୁ ଆସି ଧାରଣାରତ ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। ଏଡିଏମୋ ଆସି ଧାରଣା ସ୍ଥଳରେ ପହଞ୍ଚି ରେଡକ୍ରସ ତରଫରୁ ୧୦ହଜାର ଟଙ୍କା ଓ ପରିବାର ପାଇ ପିଏମଜି ସ୍କିମରେ ଅନ୍ତଭୁକ୍ତ କରିବୁ ବୋଲି ପ୍ରତିଶୃତି ଦେବାପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ଅନ୍ୟପଟେ ମୃତ ମହିଳାଙ୍କ ନବଜାତ ଶିଶୁ କନ୍ୟାର ଉପଯୁକ୍ତ ଚିକିତ୍ସା ପାଇଁ ସ୍ଥାନୀୟ ସିଡିପିଓ ପାର୍ବତୀ ସାହୁଙ୍କ ନେତୃତ୍ୱରେ ଆଇସିଡିଏସ ସୁପରଭାଇଜର ଉର୍ମିଳା ସାହୁ, ପୌରକେଲା ଅଙ୍ଗନୱାଡି କର୍ମୀ ଚନ୍ଦ୍ରକାନ୍ତି ସୁନା ୧୦୨ ଆମ୍ବୁଲାନ୍ସ ଯୋଗେ ଜିଲା ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇ ଯାଇଥିଲେ । ବର୍ତ୍ତମାନ ନବଜାତ ଶିଶୁକୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟରେ ରଖାଯାଇଥିବା ଜଣାପଡିଛି। ଏ ନେଇ ସିଡିଏମଓଙ୍କୁ ପଚାରିବାରୁ ମୁଁ ବର୍ତ୍ତମାନ ଭୁବନେଶ୍ୱରେ ଅଛି, କେଉଁ କାରଣରେ ମହିଳାଙ୍କ ମୃତ୍ୟୁ ଘଟିଛି ତାହାର ତଦନ୍ତ କରାଯିବ ବୋଲି କହିଛନ୍ତି। ପରେ କର୍ଲାମୁଣ୍ଡା ଫାଣ୍ଡି ଅଧିକାରୀ ଅଧିଶଚନ୍ଦ୍ର ବିଶ୍ବାସ ଶବ ବ୍ୟବଚ୍ଛେଦ କରିବା ମ.ରାମପୁର କୁ ପଠାଇଦେଇଥିଲେ । ଶବ ବ୍ୟବଚ୍ଛେଦ ହୋଇ ଆସିବାପରେ ପରିବାର ବର୍ଗକୁ ହସ୍ତାନ୍ତର ହୋଇଛି ଓ ତାଙ୍କର ଶେଷ କୃତ୍ୟ ମଧ୍ୟ ସଂପନ୍ନ ହୋଇଥିବା ଜଣାପଡିଛି ।

ନର୍ଲା ନିର୍ବାଚନ ମଣ୍ଡଳୀ ପ୍ରତିନିଧି ନବୀନ କିଶୋର ସାହୁଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇
http://facebook.com/odiabarta