ବାଲେଶ୍ୱର: ବାଲେଶ୍ୱର ଜିଲ୍ଳା ସୋରର ପୂର୍ବପଡ଼ା ୧୫ ନଂ ୱାର୍ଡମେମ୍ବର ଉପନିର୍ବାଚନ ଫଳାଫଳ ଘୋଷିତ ହୋଇଛି। ଏଥିରେ ବିଜେଡି ସମର୍ଥିତ ପ୍ରାର୍ଥୀ ୧୨୧ ଖଣ୍ଡ ଭୋଟ୍ରେ ବିଜୟ ଲାଭ କରିଥିବା ସୂଚନା ମିଳିଛି।
ସେହିପରି ବାଲେଶ୍ୱର ଜିଲ୍ଲା ରେମୁଣା ତାଳପଦା ପଞ୍ଚାୟତ ଉପନିର୍ବାଚନରେ ବି ବିଜେଡି ବାଜି ମାରିଛି। ଏଥିରେ ବିଜେଡି ସମର୍ଥିତ ସମିତିସଭ୍ୟ ପ୍ରାର୍ଥୀ ଉମାକାନ୍ତ ମଲ୍ଲିକ ୭୪ ଖଣ୍ଡ ଭୋଟରେ ବିଜୟ ଲାଭ କରିଛନ୍ତି।