କଳାହାଣ୍ଡି,୭/୧୨:
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଋଷିଡା ବାପୁଜି ମିନି ଷ୍ଟାଡିଅମ ଠାରେ ବିଜୁ ଯୁବ ବାହିନୀ ପକ୍ଷରୁ ଭଳିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା। ଏଥିରେ ୧୨ଗୋଟି ଦଳ ଭାଗ ନେଇଥିଲେ। ଫାଇନାଲ ମେଚ ଋଷିଡା ଓ ଜୁରାଡବରା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଋଷିଡା ଚମ୍ପିୟାନ ହୋଇଥିଲା।
ଅତିଥି ଭାବରେ ବ୍ଲକ ଅଧକ୍ଷ୍ୟା ଅମୃତା ସାହୁ, ଜନମଙ୍ଗଳ ଅଧିକାରୀ ସୁଶାନ୍ତ କର, ସଂଯୋଜକ ଦେବେନ୍ଦ୍ର କୁମାର ପ୍ରମୂଖ ଯୋଗଦେଇଥିଲେ। ପୂର୍ବାହ୍ନରେ ବିଡ଼ିଓ ଅବନିକାନ୍ତ ସାହୁ ଏହି କ୍ରିଡାକୁ ଉଦଘାଟନ କରିଥିଲେ। ସୋନୁ ରଣା, ମୁକେଶ ନାଏକ ପ୍ରମୂଖ ଏଥିରେ ସହଯୋଗ କରିଥିଲେ।
ସ୍ବତନ୍ତ୍ର ପ୍ରତିନିଧି ନରୋତ୍ତମ ସେଲମାଙ୍କ ରିପୋର୍ଟ ଓଡିଆ ବାର୍ତ୍ତା ।