ବିଶ୍ୱର ଟପ୍ ୧୦୦ ଶକ୍ତିଶାଳୀ ମହିଳା ତାଲିକାରେ ୪ ଭାରତୀୟ

ନୂଆଦିଲ୍ଲୀ: ଫୋର୍ବସ ପତ୍ରିକା ପକ୍ଷରୁ ବିଶ୍ୱର ଶ୍ରେଷ୍ଠ ୧୦୦ ଶକ୍ତିଶାଳୀ ମହିଳାଙ୍କ ତାଲିକା ପ୍ରକାଶ ପାଇଛି। ଏଥିରେ 4 ଜଣ ଭାରତୀୟ ସାମିଲ ଅଛନ୍ତି। ସେମାନେ ହଉଛନ୍ତି ବାଇକନ୍‌ ଅଧ୍ୟକ୍ଷ କିରଣ ମଜୁମ୍‌ଦାର-ଶ, ଏଚ୍‌ସିଏଲ୍‌ ଟେକ୍‌ ଉପାଧ୍ୟକ୍ଷ ରୋଶନି ନଦାର ମାଲହୋତ୍ରା, ଏଚ୍‌ଡି ମିଡିଆ ପରିଚାଳନା ନିର୍ଦ୍ଦେଶିକା ଶୋଭନା ଭାରତିଆ ଏବଂ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା। ତାଲିକାର ଶୀର୍ଷରେ ଅଛନ୍ତି ଜର୍ମାନୀର ଚାନ୍‌ସେଲର୍‌ ଆଞ୍ଜେଲା ମାର୍କେଲ୍‌। 

ଆଞ୍ଜେଲା ମାର୍କେଲ୍‌

ତାଲିକାରେ ୫୧ ନମ୍ବର ର‍୍ୟାଙ୍କ୍‌ରେ ଅଛନ୍ତି ରୋଶନି ନଦାର ମାଲହୋତ୍ରା। ସେହିପରି ବାଇକନ୍‌ ଅଧ୍ୟକ୍ଷ କିରଣ ମଜୁମ୍‌ଦାର-ସ ୬୦ ନମ୍ବର ର‍୍ୟାଙ୍କ୍‌ରେ ଅଛନ୍ତି। ୮୮ ର‍୍ୟାଙ୍କ୍‌ରେ ଅଛନ୍ତି ଶୋଭନା ଭାରତିଆ ଏବଂ ଅଭିନେତ୍ରୀ ପ୍ରିୟଙ୍କା ଅଛନ୍ତି ୯୪ ର‍୍ୟାଙ୍କ୍‌ରେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.