ମାଲିଯୁବାଙ୍ଗରେ ବିଜେଡି କର୍ମୀ ସମ୍ମୀଳନୀ

ଲାଞ୍ଜିଗଡ,୭/୧୨:

୨୦୧୯ ନିର୍ବାଚନ ପାଖେଇ ଆସିବାସହ ଲାଞ୍ଜିଗଡ ବିଜେଡି ପକ୍ଷରୁ ବେଷ ତତ୍ପରତା ପ୍ରକାଶ ପାଉଥିବା ପରିଳକ୍ଷତ ହେଉଛି । ବିଭିନ୍ନ ସ୍ଥାନରେ କର୍ମୀ ସମ୍ମିଳନୀର ଆୟୋଜନ ହେବାସହ ଅନ୍ୟ ଦଳର ନେତା ଓ କର୍ମୀମାନେ ବିଜେଡିରେ ଆସି ଯୋଗ ଦେଉଥିବା ଖବର ଆସିବାରେ ଲାଗିଛି । ଯାହା ଏଠାକାର ରାଜନୈତିକ ତାତିକୁ ସରଗରମ କରିଦେଉଛି । ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମାଲିଯୁବାଙ୍ଗ ପଞ୍ଚାୟତରେ ବିଜେଡିର ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବିଧାୟକ ବଳଭଦ୍ର ମାଝୀ ଏଥିରେ ସମ୍ମାନୀତ ଅତିଥୀ ଭାବେ ଯୋଗଦେଇ କର୍ମୀ ମାନଙ୍କୁ ଉତ୍ସାହିତ କରିଥିଲେ ।

ଏହି ସମ୍ମିଳନୀରେ ଅତିଥି ଭାବେ ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷ ଇଂ ଫକିର ମୋହନ ମାଝୀ , ଉପାଧ୍ୟକ୍ଷା ତୁଳସୀ ନାଏକ , ଲାଞ୍ଜିଗଡ ରୋଡ ସରପଞ୍ଚ ଟଙ୍କଧର ମାଝୀ , ମହିଳା ବିଜେଡି ନେତ୍ରୀ ସରସ୍ବତୀ ମୁଣ୍ଡା , ବେଡାଗାଁ ପଞ୍ଚାୟତ ସମିତି ସଭ୍ୟା ସନମତୀ ମାଝୀ ପ୍ରମୂଖ ଏହି ସମ୍ମିଳନୀରେ ଉପସ୍ଥିତ ଥିଲେ । ଏହି ଅବସରରେ କଂଗ୍ରେସର ତିନି ଜଣ ତୁଙ୍ଗ କର୍ମୀ ଦଇତାରି ବିଭାର , ରାମଚନ୍ଦ୍ର ନାଏକ ଓ କୃଷ୍ଣ ମାଝୀ କଂଗ୍ରେସ ଦଳ ଛାଡି ବିଜେଡିରେ ସାମିଲ ହୋଇଥିବା ଲାଞ୍ଜିଗଡ ବିଧାୟକଙ୍କ ସୁତ୍ରରୁ  ପ୍ରକାଶ । ଏହି କର୍ମୀ ସମ୍ମିଳନୀରେ ପାଞ୍ଚସହରୁ ଉର୍ଧ ମହିଳା ଓ ପୁରୁଷ କର୍ମୀ ଯୋଗ ଦେଇଥିଲେ ।

ଲାଞ୍ଜିଗଡରୁ ଗୋପାଳଦାସ ମହାନନ୍ଦଙ୍କ ରିପୋର୍ଟ ଓଡିଆ ବାର୍ତ୍ତା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.