ଆନ୍ତରାଜ୍ୟ ନକ୍ଆଉଟ ଫୁଟବଲ ଟୁର୍ଣାମେଣ୍ଟ : ମହିଳା ଦଳଙ୍କ ଚମତ୍କାର କ୍ରିଡା ପ୍ରଦର୍ଶନ

ଲାଞିଗଡ,୭/୧୨:

ଲାଞିଗଡ ବ୍ଳକ ଚମ୍ପାଦେଇପୁର ଗ୍ରାମପଞ୍ଚାୟତ ର ଚନ୍ଦନପୁର ଠାରେ ଚାଲିଥିବା ଆନ୍ତରାଜ୍ୟ ନକ୍ଆଉଟ ଫୁଟବଲ ଟୁର୍ଣାମେଣ୍ଟ ରେ ଗତ ଛଅ ତାରିଖରେ ଆୟୋଜକ ଦଳ ଚନ୍ଦନପୁର କୁ ପ୍ରଥମ ସେମିଫାନାଲ ରେ ହରେଇ ସମ୍ବଲପୁର ଦଳ ଫାଇନାଲ ପ୍ରବେଶ କରିଛି। ଆଜି ଚତୁର୍ଥ ଦିବସରେ ମନୋରଞ୍ଜନ ସକାଶେ ସମ୍ବଲପୁର ମହିଳା ଦଳ ବନାମ ଝାରସୁଗୁଡା ମହିଳା ଦଳ ମଧ୍ୟରେ ଘମାଘୋଟ ଲଢ଼େଇ ହେବା ଫଳରେ କିଏ କାହା ବିରୋଧ ଗୋଲ ଦେବା ସଫଳ ହେଇପାରି ନଥିଲେ।

ମ୍ୟାଚ ଡ୍ର ହେବା ଯୋଗୁଁ ରେଫରୀ ଙ୍କ ନିର୍ଦ୍ଦେଶ କ୍ରମେ ମ୍ୟାଚ କୁ ଟାଏ ବ୍ରେକ ରେ ୪/୨ଗୋଲ ରେ ଝାରସୁଗୁଡା ମହିଳା ଦଳ ବିଜୟ ହାସଲକରିଥିଲେ। ଆଜିର ମ୍ୟାଚରେ ମୁଖ୍ୟଅତିଥି ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ସମ୍ମାନିତ ଅତିଥି ବଳଭଦ୍ର ମାଝୀ ବିଧାୟକ ଲାଞିଗଡ, ଅତିରିକ୍ତ ଜିଲ୍ଲାପାଳ କଳାହାଣ୍ଡି ବାସନ୍ତୀ ସେଠି, ମାଇକ୍ରୋ ପ୍ଳାନିଙ୍ଗ ଏଣ୍ଡ଼ ଲାଇବଲିହୁଢ଼ ଏକ୍ସପୋଷ୍ଟ କୁମୁଦିନୀ ମିଶ୍ର,ଲାଞିଗଡରୋଡ଼ ଗ୍ରାପ ର ସରପଞ୍ଚ ଟଙ୍କଧର ମାଝୀ, ଲାଞିଗଡ ପ୍ରେସ କ୍ଳବ ସଭପତି କୈଳାସ ସାହୁ,ଲାଞିଗଡ ବ୍ଳକ ଉପାଧ୍ୟକ୍ଷା ତୁଳସୀ ନାଏକ, ଲାଞିଗଡ଼ ଗ୍ରାମପଞ୍ଚାୟତ ପୂର୍ବତନ ସରପଞ୍ଚ ସରସ୍ବତୀ ମୁଣ୍ଡା ପ୍ରମୁଖ ଯୋଗଦେଇ ଥିଲେ। ସେହିପରି ସନ୍ତୋଷ ନାଏକ, ସନ୍ତୋଷ ପଧାନୀ, ସୁଜିତ ପଣ୍ଡା,ମନୋଜ ବିଶ୍ବାଳ ପ୍ରମୁଖ ଖେଳପରିଚାଳନା କରି ଥିବାବେଳେ ଶିବରାମ ଯୁବକ ସଂଘ ର ସମସ୍ତ କର୍ମକର୍ତ୍ତା ଓ ଗ୍ରାମବାସୀ ସହଯୋଗ କରିଥିଲେ।

ଲାଞ୍ଜିଗଡରୁ ଗୋପାଳଦାସ ମହାନନ୍ଦଙ୍କ ରିପୋର୍ଟ ଓଡିଆ ବାର୍ତ୍ତା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.