ସର୍ବଭାରତୀୟ ପୋଷ୍ଟାଲ ଶ୍ରମିକ ସଂଘ ପକ୍ଷରୁ ରାୟଗଡ ଡିଭିଜନରେ ଯୁ୍ଗ୍ମ ଦ୍ୱିବାର୍ଷିକ ସମ୍ମିଳନୀ


ରାୟଗଡ,୨୬/୮ : ରାୟଗଡ ଡାକ ମଣ୍ଡଳର ଡାକ ବିଭାଗ କର୍ମଚାରୀ ସଂଘ (ଏଆଇପିଇୟୁ)ତରଫରୁ ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରେ ପ୍ରଥମ ଦ୍ୱିବାର୍ଷିକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ରାୟଗଡ ଜିଲ୍ଳା ସିଆଇଟିୟୁ ଟ୍ରେଡ୍ ୟୁନିୟନର ସଭାପତି ଚନ୍ଦନା ହରେନ୍ଦ୍ରନାଥ ମୁଖ୍ୟ ଅତିଥି ଭାବେ ଓ ଓଡିଶା ଡାକ ପରିମଣ୍ଡଳର ସେକ୍ରେଟେରୀ କମ୍.ବୃହସ୍ପତି ସାମଲ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ । ନୂତନ ଭାବେ ଗଠିତ ରାୟଗଡ ଡାକ ମଣ୍ଡଳ ହୋଇଥିବାରୁ ଏଠାରେ ନୂତନ କର୍ମଚାରୀ ସଂଘ ଗଠନ କରିବା ଏହି କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ ରହିଥିଲା । ନିଜର ଅଭିଭାଷଣରେ ମୁଖ୍ୟ ଅତିଥି ଓ ମୁଖ୍ୟ ବକ୍ତା କର୍ମଚାରୀମାନଙ୍କର ଏକତା କାମନା କରିଥିଲେ ଏବଂ ନୂତନ ପେନସନ ବଦଳରେ ପୁରୁଣା ପେନସନ୍,ଘୋରେଇକରଣରେ ଖାଲିଥିବା ପଦବୀଗୁଡିକକୁ ପୂରଣ କରିବା ଉପରେ ଆଲୋକପାତ କରାଇଥିଲେ । ସେହିପରି ପ୍ରଥମେ ଭାରତରେ ଇଷ୍ଟ ଇଣ୍ଡିଆ କମ୍ପାନୀ ଆସି ଭାରତକୁ ଶାସନ କରିଥିବା ବେଳେ ବର୍ତମାନ ସରକାର ବାଣିଜ୍ୟ କରିବା ପାଇଁ ଅନେକ କମ୍ପାନୀଙ୍କୁ ନିମନ୍ତ୍ରଣ କରୁଛନ୍ତି । ତେଣୁ ଆଗାମୀ ଦିନରେ ଭାରତର ଭବିଷ୍ୟତ ଉପରେ ସରକାରଙ୍କ ଏପରି ପଦକ୍ଷେପଗୁଡିକ ଉପରେ ପ୍ରଶ୍ନ ଉଠାଇଥିଲେ । କର୍ମଶାଳାର ସଭାପତି ତଥା ଅଧ୍ୟକ୍ଷ ଭବାନୀପ୍ରସାଦ ମିଶ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ପୋଷ୍ଟମେନ ଏବଂ ଏମଟିଏସ,ଓଡିଶା ସର୍କିଲର ଗ୍ରୁପ-ସି ପୂର୍ବତନ ସଭାପତି ତ୍ରିଲୋଚନ ପରିଡା ଓ ପୋଷ୍ଟମେନ ଓ ଏମଟିଏସ ସଂପାଦକ ଏମସିଏସ ରାଓ, ରାୟଗଡ ଗ୍ରୁପ୍-ସି’ ଡିଭିଜନାଲ ସଂପାଦକ ବିଶିକେଶନ ମହାଲିକ ଓ ପୋଷ୍ଟମେନ ଏବଂ ଏମଟିଏସ’ର ଲକ୍ଷ୍ମଣ ରତ୍ନାଲୁ ପ୍ରମୁଖ ମଂଚାସୀନ ହୋଇଥିବା ବେଳେ ୨୦୦ରୁ ଉର୍ଦ୍ଧ କର୍ମଚାରୀ ଯୋଗ ଦେଇଥିଲେ । ଚଳିତ ବର୍ଷର ଗତ ଏପ୍ରିଲ ୧ତାରିଖ ଠାରୁ କୋରାପୁଟ ଡାକ ମଣ୍ଡଳରୁ ପୃଥକ୍ ହୋଇ ରାୟଗଡ ନୂତନ ପୋଷ୍ଟାଲ ଡିଭିଜନର ମାନ୍ୟତା ପାଇ କାର୍ଯ୍ୟକ୍ଷମ ହୋଇ ଆସୁଛି । ମିଳିଥିବା ସୂଚନା ପ୍ରକାରେ ନୂତନ ଭାବେ ଗଠନ ହୋଇଥିବା ଏହି ରାୟଗଡ ଡାକମଣ୍ଡଳର ରାୟଗଡ ହେଡ ଅଫିସ ଅଧୀନସ୍ଥ ୨୩ଟି ଓ ପାରଲାଖେମୁଣ୍ଡି ହେଡ୍ ଅଫିସ ଅଧୀନରେ ଥିବା ୧୯ଟି ସବ୍ ଅଫିସକୁ କୋରାପୁଟ ଓ ବ୍ରହ୍ମପୁର ଡାକମଣ୍ଡଳରୁ ବାଦ ଦିଆଯାଇ ଏହି ନୂଆ ଡାକମଣ୍ଡଳ ଗଠନ ହୋଇଛି । ଯାହାକୁ ନେଇ ଗଠିତ ରାୟଗଡ ଡାକମଣ୍ଡଳ ପାଇଁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି ।

ରାୟଗଡରୁ ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in
Like us on Facebook👇
http://facebook.com/odiabarta