କୃଷକ ସଚେତନ ମଞ୍ଚ କୋକସରା ର ୨୬ନମ୍ବର ଜାତୀୟ ରାଜପଥ ଅବରୋଧ 

କୋକସରା,୮/୧୨:

କୃଷକ ସଚେତନ ମଞ୍ଚ କୋକସରା ପକ୍ଷରୁ ଆଜି ୨୬ ନମ୍ବର ଜାତୀୟ ରାଜପଥକୁ ଆମ୍ବପାଣି ଠାରେ ଅବରୋଧ କରାଯାଇଛି । ମଞ୍ଚର ସଭାପତି ଶିବ ପ୍ରସାଦ ପ୍ରଧାନୀ ଙ୍କ ତତ୍ତ୍ୱବଧାନରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ସମାଜସେବୀ  ମୀନକେତନ ପ୍ରଧାନୀ  ସଭାପତିତ୍ବ କରିଥିଲେ । ପିସିସି ସଭ୍ୟ ତଥା ଜିଲ୍ଲା କଂଗ୍ରେସ ଉପସଭାପତି ଶ୍ରୀ ଦିଗାମ୍ବର ଦୁରିଆ , ବିଜେପି ଜିଲ୍ଲା ଉପସଭାପତି ବଦ୍ରି ପଟ୍ଟନାୟକ , ବିଜେପି ଆମପାଣି ମଣ୍ଡଳ ସଭାପତି ଘନଶ୍ୟାମ ନାଏକ , ସମାଜସେବୀ ଘାସିରାମ ପଟ୍ଟଯୋଶୀ ଙ୍କ ନେତୃତ୍ୱ ରେ ଶହ ଶହ ଚାଷୀ ଯୋଗଦାନ କରି ସକାଳ ୬ଘଣ୍ଟା ଠାରୁ ରାସ୍ତାରୋକ କରିଥିବାବେଳେ ଏହା ସନ୍ଧ୍ୟା  ୬ଘଣ୍ଟା ପର୍ଯ୍ୟନ୍ତ ଚାଲିବ ବୋଳି ମଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି ।

ଚାଷୀ ମାନଙ୍କୁ ବୀମା ପ୍ରଦାନ ରୁ ବଂଚିତ କରିବା ପାଇଁ ସାଟେଲାଇଟ ମାଧ୍ୟମରେ କ୍ରପ କଟିଙ୍ଗ କରି ଚାଷୀ ଙ୍କୁ ଆଶଙ୍କା ଭିତରେ ବୀମା ପ୍ରଦାନ ରୁ ବଂଚିତ କରିବା କମ୍ପାନୀ ଓ ସରକାର ଙ୍କର ଯୋଜନା ଭଳି ମନେ ହେଉଛି ତତସହିତ ସମସ୍ତ କୃଷକ ଙ୍କୁ ଏକ ଲକ୍ଷ୍ୟ ଟଙ୍କା ପର୍ଯ୍ୟନ୍ତ କୃଷି ଋଣ ଛାଡ଼ ୬୦ବର୍ଷ ରୁ ଉର୍ଦ୍ଧ ଚାଷୀ ଙ୍କୁ  ହଜାରେ ଟଙ୍କା ପେନସନ, ଧାନ ର ସର୍ବନିମ୍ନ ମୂଲ୍ୟ ୩୦୦୦ ଟଙ୍କା କୁ ବୃଦ୍ଧି ,ଜଙ୍ଗଲ ଜମି ଅଧିକାର ରୁ ବଞ୍ଚିତ ସମସ୍ତ ଙ୍କୁ ଜମି ପ୍ରଦାନ ଓ ଚି଼ହ୍ନଟ ସହ ସରକାରୀ ସୁବିଧା ପ୍ରଦାନ କରିବା ପାଇଁ ଦାବି କରାଯାଇଛି ।

ଏଠାରେ ସୂଚନାଯୋଗ୍ୟଯେ  କୃଷକ ସଚେତନ ମଞ୍ଚ କୋକସରା ବ୍ଲକ ର ଆହ୍ୱାନରେ ଅଂଚଳର ଭୟାଭୟ ମରୁଡି ଓ ରୋଗପୋକର ପ୍ରତିକାର ଦାବି ନେଇ ଗତ ୨୬ ଅକ୍ଟୋବର ଠାରୁ ୨୯ ନଭେମ୍ବର  ପର୍ଯ୍ୟନ୍ତ ବିଭିନ୍ନ ପର୍ଯ୍ୟାୟରେ ତହସିଲଦାର କୋକସରା , ଉପଜିଲ୍ଲାପାଳ ଧର୍ମଗଡ଼ ଓ କୋକସରା ବ୍ଲକର ୨୨ଗୋଟି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ସମ୍ପୃକ୍ତ ସରକାରୀ ଅଧିକାରୀଙ୍କ ମାଧ୍ୟମରେ ମହାମହିମ ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଥିଲା କିନ୍ତୁ ପରିତାପ ର ବିଷୟ ବର୍ତମାନ ସୁଦ୍ଧା ସରକାର ଙ୍କ ତରଫରୁ କୌଣସି ସକାରାତ୍ମକ ସୂଚନା ପ୍ରଦାନ କରାଯାଇ ନାହିଁ ବୋଲି କୃଷକ ସଚେତନତା ମଞ୍ଚ ପକ୍ଷରୁ ପ୍ରକାଶ କରାଯାଇଛି ।

କୋକସରାରୁ ହିରଣ୍ୟ ବେହେରାଙ୍କ ରିପୋର୍ଟ ଓଡିଆ ବାର୍ତ୍ତା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.