ଶ୍ରୀ ଗଣେଶ ପୂଜାକୁ ନେଇ ରାୟଗଡ ସହର ଉତ୍ସବମୁଖର

ରଙ୍ଗବେରଙ୍ଗ ଆଲୋକମାଳା ଓ ସୁସଜ୍ଜିତ ଆର୍କଷଣୀୟ ପୂଜା ମେଢରେ ଝଲସୁଛି ସହର

ରାୟଗଡ,୨/୯/ : ଆରମ୍ଭ ହୋଇଯାଇଛି ପାର୍ବଣର ଋତୁ । ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଥୀ ତିଥିରେ ଅଗ୍ର‌୍ୟପୂଜ୍ୟ ଶ୍ରୀ ଗଣେଷଙ୍କ ପୂଜାକୁ ନେଇ ରାୟଗଡ ସହର ଉତ୍ସବ ମୁଖର ହୋଇପଡିଛି । ରଙ୍ଗବେରଙ୍ଗ ଆଲୋକମାଳା ଓ ସୁସଜ୍ଜିତ ସୁନ୍ଦର ଆର୍କଷଣୀୟ ପୂଜା ମେଢରେ ଝଲସୁଛି ରାୟଗଡ ସହର । ସୃଷ୍ଟି ହୋଇଛି ଏକ ଆଧ୍ୟାତ୍ମିକ ପରିବେଶ । ଓଡିଆ ସାହି, ଜଙ୍ଗଲି ଗଏସ୍ ୟୁଥ୍ ଆସୋସିଏସନ୍ ପୂଜା କମିଟି ତରଫରୁ ୩୬ତମ ଶ୍ରୀ ଗଣେଷ ପୂଜା ପାଳିତ ହୋଇଯାଇଛି ।

ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ସହରବାସୀଙ୍କୁ ଆକୃଷ୍ଟ କରିବା ନିମନ୍ତେ ସୁନ୍ଦର ଆର୍କଷଣୀୟ ପୂଜା ମେଢ ତଥା ତୋରଣ ସାଙ୍ଗକୁ ଶ୍ରୀ ଗଣେଷଙ୍କ ମୃଣ୍ମୟୀ ମୂର୍ତିି ପ୍ରସ୍ତୁତ କରାଯାଇଛି । ଏଥି ସହ ପୂଜା ମଣ୍ଡପ ଠାରୁ ସାହି ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ରଙ୍ଗବେରଙ୍ଗ ଆଲୋକମାଳାରେ ସୁସଜ୍ଜିତ କରାଯାଇଥିବା ବେଳେ ଦଶଦିନ ଧରି ପୂଜା ପାଇବାକୁ ଥିବା ବିଘ୍ନ ବିନାୟକଙ୍କ ସମସ୍ତ ପୂଜାବିଧି ରିତିନୀତି ଅନୁସାରେ କରାଯିବ ଏବଂ ଦର୍ଶକଙ୍କ ନିମନ୍ତେ ସାନ୍ଧ୍ୟ ସମୟରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ପୂଜା କମିଟିର ବସନ୍ତ ଜେନା, ସନ୍ତୋଷ ଦଳେଇ, ବାବୁଲା ସାହୁ, ସୁନୀଲ ପ୍ରଧାନ, ଭୂପେଶ ମହାରଣା ଓ ଅନ୍ୟମାନେ ସୂଚନା ଦେଇଛନ୍ତି ।

ପ୍ରଥମ ଦିନରେ ହିଁ ଶତାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ ଜମିଥିବା ଦେଖିବାକୁ ମିଳିଥିଲା । ସେହିପରି ଇନ୍ଦିରା ନଗରର ଚ୍ୟାଲେଂଜର୍ସ ୟୁଥ୍ ଅସୋସିଏସନ୍ ଶ୍ରୀ ଗଣେଷ ପୂଜା କମିଟି ପକ୍ଷରୁ ୧୨ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଶ୍ରୀ ଗଣେଷଙ୍କ ସୁନ୍ଦର ମୃଣ୍ମୟୀ ମୂର୍ତି ସହ ଆର୍କଷଣୀୟ ସୁସଜ୍ଜିତ ତୋରଣ ସାଙ୍ଗକୁ ଦର୍ଶକଙ୍କ ପାଇଁ ମୀନା ବଜାରର ବ୍ୟବସ୍ଥା କରାଯାଇଛି । ଏଠାରେ ମଧ୍ୟ ଶତାଧିକ ଭକ୍ତଙ୍କ ଭିଡ ଜମିଥିବା ବେଳେ ମହିଳା ଓ କୁନି କୁନି ପିଲାମାନେ ମୀନାବଜାରର ମଜ୍ଜା ଉଠାଇଛନ୍ତି ।

ସେହିପରି ସ୍ଥାନୀୟ ବସଷ୍ଟାଣ୍ଡ, ଗୈାତମ ନଗର, ରାମକୃଷ୍ଣ ନଗର, ରୟତ କଲୋନୀ, ରେଳବାଇ କଲୋନୀ, ରାଣୀଗୁଡା ଫାର୍ମ, କସ୍ତୁରୀ ନଗର ସମେତ ସହରର ଗାୟତ୍ରୀ ନଗରସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ନ୍ୟିୁ କଲୋନୀସ୍ଥିତ ସ୍ୱାମୀ ବିବେକାନନ୍ଦ ବିଦ୍ୟାମନ୍ଦିର,ବସେଂଟ ଜାଭିୟର ସମେତ ଅନ୍ୟାନ୍ୟ ବିଦ୍ୟାଳୟ ଓ ରାୟଗଡ ସ୍ୱଂୟଶାସିତ ମହାବିଦ୍ୟାଳୟ ଓ ମହିଳା ମହାବିଦ୍ୟାଳୟରେ ମଧ୍ୟ ଶ୍ରୀ ଗଣେଷଙ୍କ ପୂଜାର୍ଚ୍ଚନା କରାଯାଇଥିଲା । ସେହିପରି ଗଣେଷ ପୂଜାକୁ ନେଇ ରାୟଗଡ ବଜାର ମଧ୍ୟ ବେଶ ଚଳଚଂଚଳ ହୋଇପଡିଥିଲା ।


ରାୟଗଡରୁ ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.