ବାଲୁକା ଶିଳ୍ପୀ ଓମ ପ୍ରକାଶଙ୍କ ବାଲୁକା କଳା ଉଚ୍ଚ ପ୍ରଶଂସିତ

ବାଲୁକା ଶିଳ୍ପୀ ଓମ ପ୍ରକାଶ‌ ସାହୁଙ୍କ ଓଡିଶା ସଂସ୍କୃତି ଉପରେ ବାଲୁକା କଳା ପ୍ରଦର୍ଶନ

କର୍ଲାମୁଣ୍ଡା,୯/୧୨:

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଗଜବାହାଲ ଗ୍ରାମ ପଞ୍ଚାୟତ ଡଙ୍ଗରମୁଣ୍ଡା ଗ୍ରାମର ବାଲୁକା ଶିଳ୍ପୀ ଓମ ପ୍ରକାଶ ସାହୁ ଚନ୍ଦ୍ରଭାଗା ବେଳାଭୂମୀରେ ଆୟୋଜିତ ହୋଇଥିବା  ଆନ୍ତଜାତିକ ବାଲୁକା କଳା ମହୋତ୍ସବରେ ଭାଗନେଇ ନିଜର ବାଲୁକା କଳା ପ୍ରଦର୍ଶନ କରିଛନ୍ତି ।  ଏହି ମହୋତ୍ସବରେ  ଦେଶ ତଥା ବିଦେଶ ରୁ ଏକ ଶହ ଶିଳ୍ପୀ ଭାଗ ନେଇଥିଲେ । ସେଥିରୁ ଓମ ପ୍ରକାଶଙ୍କ ବାଲୁକା କଳା ବେଶ‌ ଆକର୍ଷଣ ହୋଇଥିଲା ଓ ଦର୍ଶକ ମାନେ ଏହି ବାଲୁକା କଳାର ଉଚ୍ଚ ପ୍ରଶଂସା କରିଥିଲେ । 

କର୍ଲାମୁଣ୍ଡାରୁ ନବୀନ କିଶୋର ସାହୁଙ୍କ ରିପୋର୍ଟ ଓଡିଆ ବାର୍ତ୍ତା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.