“ସଖୀ” ୱାନ ଷ୍ଟପ ସେଣ୍ଟର’ର ଶୁଭ ଉଦଘାଟନ କଲେ ଆଦିବାସୀ କଲ୍ୟାଣ ମନ୍ତ୍ରୀ


ରାୟଗଡ,୭/୯ : କେନ୍ଦ୍ର ସରକାରଙ୍କ ଶତ ପ୍ରତିଶତ ଅନୁଦାନରେ ରାଜ୍ୟ ମହିଳା, ଶିଶୁ ବିକାଶ ଓ ମିଶନ ଶକ୍ତି ବିଭାଗ ମାଧ୍ୟମରେ ରାଜ୍ୟର ପ୍ରତ୍ୟେକ ଜିଲ୍ଳାରେ ପର୍ଯ୍ୟାୟ କ୍ରମେ ଆରମ୍ଭ କରାଯାଉଛି “ସଖୀ”ୱାନ ଷ୍ଟପ ସେଣ୍ଟର । ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଦିନ ରାୟଗଡ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ ପରିସରରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ,ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି କେନ୍ଦ୍ରକୁ ଉଦଘାଟନ କରିଛନ୍ତି । ଭୁବନେଶ୍ୱର ସ୍ଥିତ ଯୁବ ଜ୍ୟୋତି ଯୁବକ ସଂଘ ଦ୍ୱାରା ଏହି କେନ୍ଦ୍ର ପରିଚାଳିତ କରାଯିବ । ଏହି କେନ୍ଦ୍ରଟି ୨୪ଘଣ୍ଟା କାର୍ଯ୍ୟ କରିବ ଓ କେନ୍ଦ୍ର ତରଫରୁ ଏହାର ଷ୍ଟାଫମାନେ ଏହିଭଳି ମହିଳାମାନଙ୍କ ବାବଦରେ ଖବର ମିିଳିଲା ମାତ୍ରେ ପ୍ରପୀଡିତା ମହିଳାମାନଙ୍କୁ ଉଦ୍ଧାର କରି କେନ୍ଦ୍ରରେ ପଂହଚାଇବେ ବୋଲି ସୂଚନା ମିଳିଥିବା ବେଳେ ଯେକୈାଣସି ସାଧାରଣ ଜନତା, ସ୍ୱେଚ୍ଛାସେବୀ, ସାମ୍ବାଦିକ, ଛାତ୍ରଛାତ୍ରୀ ଏଭଳି ମହିଳାମାନଙ୍କ ବାବଦରେ ୱାନ ଷ୍ଟପ୍ ସେଂଟରକୁ ଖବର ଦେଇ ଉଦ୍ଧାର କରିବାରେ ସହାୟତା କରିପାରିବେ ।

ସେହିପରି ନିର୍ଯ୍ୟାତିତା, ପାରିବାରିକ ହିଂସା, ବଳତ୍କାରରେ ଶିକାର, ଏସିଡ ଆକ୍ରମଣ, ଯୈାନ ଉତ୍ପୀଡନ, ବାଲ୍ୟ ବିବାହ, ଯୈାତୁକ ନିର୍ଯ୍ୟାତନା ଓ ଅନ୍ୟାନ୍ୟ ହିଂସାରେ ପ୍ରପୀଡିତ ମହିଳା ଏବଂ ୧୮ବର୍ଷରୁ କମ ବୟସର ଝିଅମାନଙ୍କୁ ଡାକ୍ତରୀ ସହାୟତା, ପୋଲିସ ସହାୟତା, ଆଇନ ଗତ ସହାୟତା, ମନସ୍ତାତ୍ୱିକ ଓ ସାମାଜିକ ପରାମର୍ଶ, ଆଶ୍ରୟ ଇତ୍ୟାଦି ସହାୟତା ମାଗଣାରେ ଯୋଗାଇ ଦିଆଯିବ ଜିଲ୍ଳାପାଳ ପ୍ରମୋଦ କୁମାର ବେହେରା ପ୍ରକାଶ କରିଛନ୍ତି । ଏହି ଉଦଘାଟନ କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ଏନ.ଭାସ୍କର ରାଓ, ପୂର୍ବତନ କୋରାପୁଟ ଲୋକସଭା ସାଂସଦ ଝିନ୍ନ ହିକକା, ଅତିରିକ୍ତ ଜିଲ୍ଳାପାଳ ସୁଧାକର ଶବର, ଉପଜିଲ୍ଳାପାଳ ପ୍ରତାପଚନ୍ଦ୍ର ପ୍ରଧାନ, ଭାରପ୍ରାପ୍ତ ସିଡିଏମଓ ଡାକ୍ତର ଶକ୍ତିବ୍ରତ ମହାନ୍ତି, ପିଏ-ଆଇଟିଡିଏ ଟୁକୁ ବାରିକ, ଡିଏସଏସଓ ଆଦିପତି କହଁର, ଡିପିସି-ଏସଏସଏ ଶ୍ରୀମତି ଆନେସ୍ତେସିଆ କେରକେଟା, ସିଡିପିଓ ପୁଷ୍ପାଂଜଳୀ ମିଶ୍ରଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ ।

 

ରାୟଗଡରୁ ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in

Click here to get daily News  & Views update 👇

https://bit.ly/OBgroup3

Like us on Facebook👇

http://facebook.com/odiabarta