ଜିଲ୍ଲା ଯାଦବ କର୍ମଚାରୀ ସଂଘର ପ୍ରସ୍ତୁତି ବୈଠକ

 

ଜିଲ୍ଲା ଯାଦବ କର୍ମଚାରୀ ସଂଘ କଳାହାଣ୍ଡିର ପ୍ରସ୍ତୁତି ବୈଠକ : ୨୩ ଡିସେମ୍ବରରେ ଜାରିଙ୍ଗ ଫରେଷ୍ଟ ନର୍ଶରୀ ଠାରେ ହେବାକୁଥିବା ବାର୍ଷିକ ଉତ୍ସବକୁ ନେଇ ଆଲୋଚନା

କଳାହାଣ୍ଡି,୯/୧୨:

ଭବାନିପାଟଣା କର୍ମଚାରୀ ଭବନ ଠାରେ ଆଜି ଜିଲ୍ଲା ଯାଦବ କର୍ମଚାରୀ ସଂଘ କଳାହାଣ୍ଡିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଭାରତ କୁମାର ଚଲାନ ଓ ନନ୍ଦ କୁମାର ବିଶିଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ଆଗାମୀ ଡିସେମ୍ବର ୨୩ ତାରିଖରେ ହେବାକୁଥିବା ବାର୍ଷିକ ଉତ୍ସବ ସମାରୋହ ବିଷୟରେ ଆଲୋଚନା କରାଯାଇ ଚୁଡାନ୍ତ ରୂପରେଖ ପ୍ରସ୍ତୁତ କରାଯାଇଥିଲା । ଏଠାରେ ସୂଚନା ଯୋଗ୍ୟଯେ ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ସରକାରୀ/ବେସରକାରୀ/ଅନ୍ୟାନ୍ୟ/ ଯାଦବ କର୍ମଚାରୀ ମାନଙ୍କୁ ନେଇ ଏହି ସଂଘ ଗଠିତ ହୋଇଛି ।

କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ଅଧୀନରେ ଥିବା ପ୍ରତ୍ୟକ ବ୍ଲକ , ଗୃପ ଓ ତୃଣମୂଳ ସ୍ଥରର କର୍ମଚାରୀ ମାନଙ୍କୁ ଏଥିରେ ସାମିଲକରି ଯାଦବ ସମାଜର ବହୁବିଧ ଉନ୍ନତି ପାଇଁ ଏହି ସଂଘ କାର୍ଯ୍ୟକରିବାର ଲକ୍ଷ ରଖିଛି । ସମାଜରୁ କୁସଂସ୍କାର, ଅନ୍ଧବିଶ୍ବାସର ବିଲୋପ ସହ ଯାଦବ ସଂସ୍କୃତିର ପ୍ରାଚୀନ ବିଭବ, ପରଂପରା, କଳା ସଂସ୍କୃତି, ଆଦିର ପୁନଃରୁତ୍ଥାନ ଓ ଶିକ୍ଷା, ସ୍ବାସ୍ଥ, ଅର୍ଥନୈତିକ ପ୍ରଗତୀ ସହ ସଚେତନତା ସୃଷ୍ଟିକରି ଏହି ମହାନ ଜାତିର ଅତୀତ ଗୌରବର ପ୍ରତିଷ୍ଠା କରାଯିବାର ଲକ୍ଷ ରଖା ଯାଇଛି ।

ଆଜିର ପ୍ରସ୍ତୁତି ବୈଠକ ପ୍ରାରମ୍ଭରେ ଯାଦବ ସମାଜର ଜଣେ ପ୍ରତିଷ୍ଠିତ ବ୍ୟକ୍ତିତ୍ବ ପୂର୍ବତନ ରାଜ୍ୟସଭା ସଦସ୍ୟ , ସାହିତ୍ୟିକ ତଥା ସମାଜ ସଂସ୍କାରକ ବୈଷ୍ଣବ ଚରଣ ପରିଡାଙ୍କ ଅାବର୍ତମାନରେ ଅଶୃଳ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା । ଏହି ବୈଠକରେ ସଂଘର ସଭାପତି ଲକ୍ଷ୍ମଣ ବଛା , ସଂପାଦକ ଚନ୍ଦ୍ରଭାନ ହାତୀ , କୋଷାଧ୍ୟକ୍ଷ ନିଳକଣ୍ଠ ଗଉଡ ,

କାର୍ଯ୍ୟକର୍ତା ଚନ୍ଦ୍ରଶେଖର ଚନ୍ଦନ , ସନ୍ତୋଷ କୁମାର ଚଲାନ , ରାମେଶ୍ବର ବାଗ , ଯନ୍ମେଜୟ ବାଗ , ସମ୍ଭୁ ନାଏକ , କୃଷ୍ଣଚନ୍ଦ୍ର ନାଗ , ବିଜୟ କୁମାର ରାଉତ , ରାମକୃଷ୍ଣ ବେମାଲ , ଲୋଚନ ଗଉଡ , ବିକ୍ରମ ଗଉଡ ପ୍ରମୂଖଙ୍କ ସହ ବହୁ କର୍ମଚାରୀ ଉପସ୍ଥିତ ଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.