ମିଶନ ଗଗନୟାନରେ ମହାକାଶକୁ ଯିବେ ବଲାଙ୍ଗିରର ନିଖିଳ ରଥ (Visual News) 


ବଲାଙ୍ଗିର,୯/୯ : ଭାରତର ପ୍ରଥମ ମାନବ ଅନ୍ତରୀକ୍ଷ ଯାତ୍ରା କାର୍ଯ୍ୟକ୍ରମ ମିଶନ୍‌ ଗଗନୟାନ ପାଇଁ ଭାରତୀୟ ବାୟୁସେନା ପକ୍ଷରୁ ପ୍ରଥମ ପର୍ଯ୍ୟାୟ ମହାକାଶଚାରୀ ଚୟନ ପ୍ରକ୍ରିୟା ଶେଷ ହୋଇଛି । ଏଥିରେ ବଲାଙ୍ଗିରର ୱିଙ୍ଗ୍‌ସ କମାଣ୍ଡର ଫାଇଟର୍ ପାଇଲଟ୍‌ ନିଖିଳ ରଥ ମନୋନୀତ ହୋଇଛନ୍ତି । ବଲାଙ୍ଗିର ସହରର ଆଡଭୋକେଟ୍‌ ତଥା ରାଜନେତା ଶ୍ରୀଯୁକ୍ତ ଅଶୋକ ରଥ ଏବଂ ମହିଳା କମିଶନ୍‌ ସଦସ୍ୟା ଶ୍ରୀମତୀ କୁସୁମ ରଥ ଙ୍କ ସୁପୁତ ନିଖିଳ ପ୍ରଥମ ଓଡ଼ିଆ ଭାବେ ଏଭଳି ଗୌରବର ଅଧିକାରୀ ହୋଇପାରିଛନ୍ତି ।

(କ୍ଲିକ କରି ଦେଖନ୍ତୁ ଭିଡିଓ 👆)

୨୦୦୩ରୁ ଭାରତୀୟ ବାୟୁସେନାରେ ଯୋଗ ଦେଇଥିବା ନିଖିଳ ବର୍ତ୍ତମାନ ଫାଇଟର ପାଇଲଟ୍‌ ଭାବେ କାର୍ଯ୍ୟରତ । ବାଙ୍ଗାଲୋର ସ୍ଥିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଏରୋସ୍ପେସ୍‌ ମେଡିସିନ୍‌ରେ ଏହି ପ୍ରଥମ ପର୍ଯ୍ୟାୟ ଚୟନ ପ୍ରକ୍ରିୟା ସରିଛି। ମିଶନ୍‌ ଗଗନୟାନରେ ୨୦୨୧ ସୁଦ୍ଧା ଇସ୍ରୋ ପକ୍ଷରୁ ମହାକାଶଚାରୀଙ୍କ ସହ ମହାକାଶ ଯାନ୍‌ ଉତ୍‌କ୍ଷେପଣର ଲକ୍ଷ୍ୟ ରହିଛି। ଏହି ମିଶନ୍‌ ପାଇଁ ନିଖିଲ ମନୋନୀତ ହେବାପରେ ଓଡିଶା ଓ ବଲାଙ୍ଗୀର ପାଇଁ ଏକ ବିରଳ ଗୌରବ ଆଣି ଦେଇଛନ୍ତି।

 

ବଲାଙ୍ଗିରରୁ ସଞ୍ଜୟ କୁମାର ମିଶ୍ରଙ୍କ ରିପୋର୍ଟ odiabarta.in

Click here to get daily News  & Views update 👇

https://bit.ly/OBgroup3

Like us on Facebook👇

http://facebook.com/odiabarta