ନିଆରା ଢଙ୍ଗରେ ଜନ୍ମଦିନ ପାଳିଲେ ବିଶିଷ୍ଟ ସମାଜସେବୀ


ଜୁନାଗଡ,୯/୯ : ନିଜ ଜନ୍ମଦିନକୁ ସ୍ମରଣିୟ କରିବାପାଇଁ କିଏ କେତେ ଢଙ୍ଗରେ ପାଳନ କରୁଥିବାବେଳେ ନିଆରା ଢଙ୍ଗରେ ଜନ୍ମଦିନ ପାଳନ କରିଛନ୍ତି କଳାହାଣ୍ଡି ଜିଲା ଜୁନାଗଡ଼ ସହର ର ବିଶିଷ୍ଟ ସମାଜସେବୀ ତଥା ଶିଳ୍ପପତି ଦୂର୍ଗ ପ୍ରସାଦ ନାଏକ ।

(କ୍ଲିକ କରି ଦେଖନ୍ତୁ ଭିଡିଓ 👆)

ସେ ତାଙ୍କ ଜନ୍ମଦିନକୁ ନିଆରା ଢଙ୍ଗରେ ପାଳନ କରିବା ସ୍ଥାନୀୟ ଅଂଚଳରେ ବେଶ ଚର୍ଚାର ବିଷୟ ପଲିଟିଛି । ଜନ୍ମଦିନରେ ସମସ୍ତଙ୍କ ସୁରକ୍ଷାକୁ ଆଖି ଆଗରେ ରଖି ବାଇକ ଚାଳକ ମାନଙ୍କୁ ହେଲମେଟ ବିତରଣ କରି ସମସ୍ତଙ୍କୁ ଟ୍ରାଫିକ ନିୟମ ମାନି ସୁରକ୍ଷିତ ଭାବେ ଗାଡି ଚଲାଇବା ପାଇଁ ସଚେତନ କରିଥିଲେ ।

 

ପରେ ଗୋଳାମୁଣ୍ଡା ବ୍ଲକର ଘୋଟିଆ ସ୍ଥିତ ଦିବ୍ୟାଙ୍ଗ ବିଦ୍ୟାଳୟକୁ ଯାଇ ସେହି ବିଦ୍ୟାଳୟର ଛାତ୍ରଛାତ୍ରୀ ମାନକୁ ପୋଷାକ ବଣ୍ଟନ କରିଥିଲେ । ଏହାପରେ ପଣକୁଳ ସ୍ଥିତ ଡ଼କ୍ଟର ଆମ୍ବେଦକର ଅନାଥାଶ୍ରମକୁ ଯାଇ ସମସ୍ତ ଆଶ୍ରମର ଛାତ୍ର ଛାତ୍ରୀକୁ ପୋଷାକ ବଣ୍ଟନ କରିବାସହ ମିଷ୍ଟାନ ଓ ଶୁସ୍ବାଦୁ ଖାଦ୍ୟ ପେୟର ବ୍ୟବସ୍ଥା କରିବା ସହ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ସବୁ ସମାଜସେବାକୁ ନେଇ ସମ୍ପୃକ୍ତ ଅଞ୍ଚଳ ମାନଙ୍କରେ ଏକ ସୌହାର୍ଯ୍ୟପୂର୍ଣ୍ଣ ବାତାବରଣ ସୃଷ୍ଟି ହେବା ସହ ଲୋକେ ଶ୍ରୀ ନାଏକକୁ ଭୁୟସୀ ପ୍ରଶଂସା କରିଥିଲେ ।


ଜୁନାଗଡ଼ରୁ ରାକେଶ ବେମାଲଙ୍କ ରିପୋର୍ଟ odiabarta.in

Click here to get daily News  & Views update 👇

https://bit.ly/OBgroup3

Like us on Facebook👇

http://facebook.com/odiabarta