ଭୁବନେଶ୍ବର,୧୦/୯ : କଳାହାଣ୍ଡିର ସର୍ବପୁରାତନ ସାହିତ୍ୟ ସଂସଦ ଯୁଗଯାତ୍ରୀ ସାହିତ୍ୟ ସଂସଦ ଏବଂ କଳାହାଣ୍ଡି ଯୁବ ଲେଖକ ସମାବେଶ ତରଫରୁ ଆସନ୍ତା ୧୪ ତାରିଖ (ଶନିବାର), ଯୁଗଯାତ୍ରୀ ସାହିତ୍ୟ ସଂସଦ ଠାରେ (ସରସ୍ୱତୀଶିଶୁ ମନ୍ଦିର ସାମ୍ନା,ମ.ରାମପୁର) ନୂଆଖାଇ ଭେଟ୍ ମହାସମାରୋହରେ ପାଳିତ ହେବ ବୋଲି ଜଣାଯାଇଛି । ଏଥିରେ ମୁଖ୍ୟ ଅତିଥିଭାବରେ ମ.ରାମପୁର ତହସିଲଦାର ସୟଦ ଇସାକ ମଦିନା ଓ ମୁଖ୍ୟବକ୍ତା ଭାବରେ ହରଗୌରୀ ମହାବିଦ୍ୟାଳୟ କୁଶୁର୍ଲାର ଅଧ୍ୟକ୍ଷ ସୁବୋଧ କୁମାର ଶତପଥୀ ଯୋଗଦେବାକୁ ରହିଥିବାବେଳେ ଅଧ୍ୟକ୍ଷତା କରିବେ ଯୁଗଯାତ୍ରୀ ସାହିତ୍ୟ ସଂସଦ ସଭାପତି ପଦ୍ମଲୋଚନ ମିଶ୍ର । ଏହି ଅବସରରେ କବି ସମ୍ମିଳନୀ, କବିତା ଗଳ୍ପ ଆସର ଅନୁଷ୍ଠିତ ହେବବୋଲି ଯୁବ ଲେଖକ ସମାବେଶର ଆବାହକ ସୁଧୀର କୁମାର ଧଙ୍ଗଡ଼ାମାଝୀ ଓ ସଂସଦ ସଂପାଦକ ହେମନ୍ତ ସାହୁ ଓ ସୂଚନା ପ୍ରଦାନ କରିଛନ୍ତି ।
Click here to get daily News & Views update 👇
https://bit.ly/OBgroup3
Like us on Facebook👇
http://facebook.com/odiabarta