ରାୟଗଡ ବ୍ଳକ ଗୁମ୍ମା ଠାରେ ପଲ୍ଳୀରେ ପ୍ରଶାସନ କାର୍ଯ୍ୟକ୍ରମର ଶୁଭାରମ୍ଭ


ରାୟଗଡ,୧୦/୯ : ରାୟଗଡ ଜିଲ୍ଳାରେ ମୁଖ୍ୟମନ୍ତ୍ରୀଙ୍କ ୫-ଟି ସୂତ୍ରର କାର୍ଯ୍ୟକାରିତା ନିମନ୍ତେ ଜିଲ୍ଳାପାଳ ପ୍ରମୋଦ କୁମାର ବେହେରାଙ୍କ ନିଷ୍ପତି କ୍ରମେ ଜନ ଅଭିଯୋଗ ଶୁଣାଣୀ ତଥା ବିଭିନ୍ନ ଯୋଜନା ସଂର୍ପକୀତ ସଚେତନତା କାର୍ଯ୍ୟକ୍ରମକୁ ଶ୍ରୀମାଭିମୁଖୀ କରିବା ନିମନ୍ତେ ଜିଲ୍ଳା ପ୍ରଶାସନ ଅଂଟା ଭିଡିଛି । ମଙ୍ଗଳବାର ରାୟଗଡ ବ୍ଳକ ଗୁମ୍ମା ଗ୍ରାମ ପଂଚାୟତ ଠାରେ ପଲ୍ଳୀରେ ପ୍ରଶାସନ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ବିଡିଓ ରାଜେନ୍ଦ୍ର ମାଝି, ତହସିଲଦାର ଉମାଶଙ୍କର ବେହେରା,ସିଡିପିଓ ପୁଷ୍ପାଂଜଳି ମିଶ୍ର, ଏସିଏସଓ ବିଶ୍ୱନାଥ ସେନାପତି, ବ୍ଳକ ଶିକ୍ଷାଧିକାରୀ ରଜନୀକାନ୍ତ ସାମନ୍ତରାଓ, ଡଃ.ସୁନୀଲ ପ୍ରସାନ ମହାପାତ୍ର ତଥା ଜଳ ଓ ପରିମଳ, ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଜୀବିକା ମିଶନ, ସମବାୟ, ଶିଶୁ ବିକାଶ ଓ ଉନ୍ନୟନ ବିଭାଗର ବ୍ଳକସ୍ତରୀୟ ଅଧିକାରୀ ଉପସ୍ଥିତ ରହି ଯୋଜନା ବିଷୟରେ ଲୋକଙ୍କୁ ସଚେତନ କରାଇଥିଲେ । ବ୍ୟାନର,ପୋଷ୍ଟର ମାଧ୍ୟମରେ ପ୍ରଦର୍ଶନୀ କରାଯାଇଥିଲା । କାର୍ଯ୍ୟକ୍ରମ ପ୍ରାରମ୍ଭରେ ପଲ୍ଳୀରେ ପ୍ରଶାସନ ଲଗୋର ଉନ୍ମଚନ କରାଯାଇଥିଲା । ସ୍ୱାସ୍ଥ୍ୟ ବିଭାଗ ତରଫରୁ ସ୍ୱାସ୍ଥ୍ୟ ଶିବିର କରାଯାଇ ଔଷଧ ବିତରଣ କରାଯାଇଥିଲା । ବିଦ୍ୟାଳୟ ଓ ଅଙ୍ଗନୱାଡି କେନ୍ଦ୍ରର ଶିଶୁଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ସୂଚିତ ସଚେତନତା କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ଗୁମ୍ମା, କୁମ୍ଭିକୋଟା, କୁଟୁଳି, ନାକଟି, ମାଟିକଣା ପଂଚାୟତରୁ ଆସିଥିବା ଶତାଧିକ ଲୋକଙ୍କ ଠାରୁ ଜମି, ଗୃହ, କୃଷି, ସ୍ୱାସ୍ଥ୍ୟ, ଶିକ୍ଷା କ୍ଷେତ୍ରରେ ଅଭିଯୋଗମାନ ଗ୍ରହଣ କରାଯାଇ ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କ ଜରିଆରେ ସମାଧାନ ନିମନ୍ତେ ନିର୍ଦ୍ଦେଶ ଦିଆଯାଇଥିଲା । ଏଭଳି, ସପ୍ତାହର ଦ୍ୱିତୀୟ ସୋମବାର ଦିନ ଭ୍ରାମ୍ୟମାଣ ଶିବିରମାନ ଆୟୋଜନ କରାଯାଇ ଜନ ସଚେତନତା ସୃଷ୍ଟି ସହ ଅଭିଯୋଗ ଶୁଣାଣି କରାଯିବାର ଯୋଜନା ପ୍ରସ୍ତୁତ କରାଯାଇଥିବା ବିିଡିଓ ରାଜେନ୍ଦ୍ର ମାଝି ପ୍ରକାଶ କରିଛନ୍ତି । ସେହିପରି ଏହି ଅଭିଯୋଗ ଶୁଣାଣୀରେ ମୋଟ ୧୪୬ଟି ଅଭିଯୋଗ ମଧ୍ୟରୁ ଆବାସ ଯୋଜନାରେ ୪୭ଟି, ଜମି ସମ୍ପର୍କୀତ ୭ଟି, ରାସନକାର୍ଡ ଓ ଆଧାର କାର୍ଡ ସମ୍ପର୍କୀତ ୪୪ଟି ଓ ଭତା ନିମନ୍ତେ ୩୪ ଓ ଅନ୍ୟାନ୍ୟ ୨୪ଟି ଅଭିଯୋଗ ରହିଥିବା ବେଳେ ସମସ୍ତ ଅଭିଯୋଗକୁ ସଂପୃକ୍ତ ବିଭାଗକୁ ସମାଧାନ ନିମନ୍ତେ ହସ୍ତାନ୍ତର କରାଯାଇଛି ।

ରାୟଗଡରୁ ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in
Click here to get daily News  & Views update 👇
https://bit.ly/OBgroup3
Like us on Facebook👇
http://facebook.com/odiabarta