ପାକିସ୍ତାନକୁ ଚେତାବନୀ ଦେଲେ ଖଲି: ନିଜ ଔକାତରେ ରହ, ନହେଲେ…


ବାରଣାସୀ,୧୧/୯: ଜମ୍ମୁ-କାଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟାଇବା ପରେ ପାକିସ୍ତାନରୁ ଲଗାତାର ଆସୁଥିବା ଧମକପୂର୍ଣ୍ଣ ଟିପ୍ପଣୀ ଉପରେ ରେସଲର୍ ଦ ଗ୍ରେଟ୍ ଖଲି ଓରଫ୍ ଦିଲ୍ଲୀପ ସିଂ ରାଣା କହିଛନ୍ତି ଯେ, ପାକିସ୍ତାନ ନିଜ ଔକାତରେ ରହୁ। ଯେଉଁଦିନ ଭାରତୀୟ ସେନା ନିଜ ନିୟନ୍ତ୍ରଣ ହରାଇ ବସିବ, ସେଦିନ ନା ପାକିସ୍ତାନର ପିଲାଳିଆମୀ ରହିବ ନା ପାକିସ୍ତାନ।

ଖଲି ପୁଣି କହିଛନ୍ତି, ଯେବେ ବି ଭାରତୀୟ ଆର୍ମିକୁ ମୋର ଦରକାର ପଡେ, ତେବେ ଗୋଟେ ଡାକ ପକାଇବେ, ଖଲି ସେଠି ଉପସ୍ଥିତ ହେଇଯିବ।

ବାରଣସୀର ଏକ ଜିମ୍ ଉଦଘାଟନ କାର୍ଯ୍ୟକ୍ରମରେ ଖଲି ଏହି କଥା କହିଛନ୍ତି।

Click here to get daily News  & Views update 👇

https://bit.ly/OBgroup3

Like us on Facebook👇

http://facebook.com/odiabarta