ଧର୍ମଗଡ ଠାରେ ବିଜୁ ପଟ୍ଟନାୟକ ସ୍ମାରକୀ ନକ ଆଉଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆରମ୍ଭ : ଉଦଘାଟନ କଲେ ଧର୍ମଗଡ ବିଧାୟକ ପୁଷ୍ପେନ୍ଦ୍ର ସିଂଦେଓ
ଧର୍ମଗଡ,୯/୧୨:
ଧର୍ମଗଡ କ୍ରିକେଟ ଏସୋସେସନ ଆନୁକୂଲ୍ୟରେ ବିଜୁ ପଟ୍ଟନାୟକ ସ୍ମାରକୀ ନକ ଆଉଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ସ୍ଥାନୀୟ ପଞ୍ଚାୟତ ପଡିଆ ଠାରେ ଆରମ୍ଭ ହୋଇଛି । ଆଜି ଉଦଘାଟନୀ ଉତ୍ସବରେ ଧର୍ମଗଡ ବିଧାୟକ ତଥା ଜିଲ୍ଲା ବିଜୁଜନତା ଦଳ ର ସଭାପତି ଶ୍ରୀଯୁକ୍ତ ପୁଷ୍ପେନ୍ଦ୍ର ସିଂ ଦେଓ ମୂଖ୍ୟ ଅତିଥୀ ଭାବେ ଏହି କ୍ରିଡାର ଶୁଭ ଉଘାଟନ କରିଥିଲେ ।
ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଧର୍ମଗଡ ଏନଏସି ଅଧକ୍ଷା ସୁଶ୍ରୀ ହୀରା ବାଗ , ଉପାଧ୍ୟକ୍ଷ ଅଶୋକ କୁମାର ମହାନ୍ତି , ଜୁନାଗଡ଼ ଅରଏମସି ଉପାଧ୍ୟକ୍ଷ ବିବେକ ରଞ୍ଜନ ମିଶ୍ର , ବିଧାୟକ ପ୍ରତିନିଧି ଗୌର ଚନ୍ଦ୍ର ଛତ୍ରୀଆ , ବିଜୁ ଯୁବ ଜନତା ଦଳ ନଗର ସଭାପତି ଦିବ୍ୟସିଂହ ମହାନ୍ତି ,
ଡିସିଏ ସଭାପତି ଆଶିଷ କୁମାର ମହାନ୍ତି , ସମ୍ପାଦକ ପ୍ରଶାନ୍ତ ପୁରୋହିତ , କୋଷାଧ୍ୟକ୍ଷ ଆଶିଷ କୁମାର ବେହେରା , ସହ ସମ୍ପାଦକ ନରେଶ ଦାସ ପ୍ରମୂଖ ଉପସ୍ଥିତ ରହି ଖେଲାଳି ମାନଙ୍କୁ ଉତ୍ସାହିତ କରିଥିଲେ । ଉଦଘାଟନୀ ଉତ୍ସବର ପ୍ରଥମ ମ୍ୟାଚ ଝରିଗାଁ ଓ ମୋତିଗାଁ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି ଖେଳ ପରିଚାଳନା କରିଥିଲେ ପିଙ୍କୁ ଆଚର୍ଯ୍ୟ ଓ ସିଧାଂଶୁ ମିଶ୍ର ।
ପ୍ରଥମ ମ୍ୟାଚ ରେ ଝରିଗାଁ ହରାଇଥିଲା ମୋତିଗାଁ । ସେହି ପରି ଦ୍ବିତୀୟ ମ୍ୟାଚ ମହଲିଙ୍ଗ ଓ ଗୋଇରା ପଦର ମଧ୍ୟରେ ଅନୁଷ୍ଠିତ ହୋଇ ଥିବାବେଳେ ମହାଲିଙ୍ଗ ଦଳ ବିଜୟ ଲାଭ କରିଥିଲା । ଏହି କ୍ରିଡାକୁ ନେଇ ସ୍ଥାନୀୟ ଅଞ୍ଚଳର ଯୁବକ ମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଉଦ୍ଦିପନା ସୃଷ୍ଟି ହୋଇଥିବା ପରିଳକ୍ଷିତ ହେଉଛି ।
ସେହିପରି ଅଞ୍ଚଳର ଅନେକ କ୍ରିଡା ପ୍ରେମୀ ଏହି ପରି ଏକ ଟୁର୍ଣ୍ଣାମେଣ୍ଟର ଆୟୋଜନକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ।
ଧର୍ମଗଡରୁ ଲବଣୀ ରାଉତଙ୍କ ରିପୋର୍ଟ ଓଡିଆ ବାର୍ତ୍ତା ।