କର୍ଲାମୁଣ୍ଡା,୯/୧୨:
ନେହେରୁ ଯୁବ କେନ୍ଦ୍ର ଭବାନୀପାଟଣା ଆନୁକୂଲ୍ୟରେ ହରଗୌରୀ ଯୁବକ ସଙ୍ଘ କୁସୁର୍ଲ। ଦ୍ଵାରା ସ୍ଥାନୀୟ ଯୋରାଡ଼ବରା ହାଇସ୍କୁଲ ପଡ଼ିଆରେ ହରଗୌରୀ ନକ ଆଉଟ ଫୁଟ ବଲ ଟୁର୍ଣ୍ଣାମେଣ୍ଟ ଉଦଘାଟନୀ ମ୍ୟାଚ ରେ କୁସୁର୍ଲ। ବନାମ ଘୋଡ଼ାବନ୍ଧ ମଧ୍ୟ ରେ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଡ଼ଃ ନୃପରାଜ ସାହୁ,
ସମ୍ମାନିତ ଅତିଥି ଭାବେ ଦେବକ୍ୟ ଜାନୀ, ସ୍ଥାନୀୟ ନାଏବ ସରପଞ୍ଚ ଗୁଣନିଧି ସାହୁ, କମ୍ବୁପାଣି ବଡ଼ମାଲି, କଂସପ୍ରସାଦ ଜାନୀ, ଅରୁଣ କୁମାର ବେହେରା, କୈଳାସ ଜାନୀ, ଡମବୁଡ଼ା ସାହୁ, ନୈରୁତ ଜାନୀ, ହେମସାଗର ସାହୁ, ବୈଷ୍ଣବ ବନଛୋର, ସ୍ବେଚ୍ଛାସେବୀ ରଶ୍ମିତା ସୁନା ,ସଂଘର ସଭାପତି ଡିଙ୍ଗର ବନଛୋର, ସମ୍ପାଦକ ଯୁଗଳ ନାଗ ପ୍ରମୂଖ ଉପସ୍ଥିତ ରହି ଖେଲାଳି ମାନଙ୍କୁ ଉତ୍ସାହିତ କରିଥିଲେ । ସ୍ବେଚ୍ଛାସେବୀ ଡୁଳେନ୍ଦ୍ର ସାହୁ ଖେଳ ପରିଚାଳନା ଦାଇତ୍ୱରେ ଥିବାବେଳେ କ୍ଷୀରସାଗର ସାହୁ, ପ୍ରଫୁଲ୍ଲ ବଡ଼ମାଲି , ପଦ୍ମନାଭ ବନଛୋର, ଚନ୍ଦ୍ର ହାସ୍ୟ ସାହୁ ପ୍ରମୁଖ ସହଯୋଗ କରିଥିଲେ ।
ଆଜିର ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଟ୍ରାଇବ୍ରେକ ମାଧ୍ୟମରେ ୫-୪ ଗୋଲରେ କୁସୁର୍ଲା ଦଳ ବିଜୟୀ ହୋଇଥିଲା । ଉକ୍ତ ଟୁର୍ଣ୍ଣାମେଣ୍ଟଟି ଆଠ ଗୋଟି ଦଳକୁ ନେଇ ଆୟୋଜିତ ହେଉଥିଲା ବେଳେ ଆସନ୍ତା ୧୭ ତାରିଖରେ ଫାଇନାଲ ମ୍ୟାଚ ପ୍ରଦଶନ ହେବ ବୋଲି ସଙ୍ଘ ର ସଭାପତି ଡିଙ୍ଗର ବନଛୋର ପ୍ରକାଶ କରିଛନ୍ତି ।
କର୍ଲାମୁଣ୍ଡାରୁ ନବୀନ କିଶୋର ସାହୁଙ୍କ ରିପୋର୍ଟ ଓଡିଆ ବାର୍ତ୍ତା