ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥା ଦାବି ନେଇ ଓଷ୍ଟା ର ଧାରଣା

ବଲାଙ୍ଗିର,୨୧/୯ : ଜିଲ୍ଲାର ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା ବିଷୟରେ ବାରମ୍ବାର ଶିକ୍ଷା ଅଧିକାରୀଙ୍କୁ ଅବଗତ କରିବା ସତ୍ୱେ କୌଣସି ସୁଫଳ ନ ମିଳିବା ଯୋଗୁଁ ବାଧ୍ୟ ହୋଇ ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥା ଓ ଅନ୍ୟ ଦାବି ଗୁଡିକ ନେଇ ଓଷ୍ଟା ତରଫରୁ ରାଲି ସହ ଧାରଣା ଦିଆ ଯାଇଥିଲା ।

ଗୋଟିଏ ପଟେ ଶିକ୍ଷକ ଅଭାବ ଥିବା ବେଳେ, ବର୍ଷ ବର୍ଷ ଧରି ଶିକ୍ଷକ ମାନକୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ଡେପୁଟେସନ ଆଣି କ୍ଲାରିକାଲ କାମରେ ନିୟୋଜିତ କରାଯାଉଛି । ଅତିଥି ଶିକ୍ଷକଙ୍କ ନିଯୁକ୍ତି ସାରା ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ବେଳେ ବଲାଙ୍ଗିରରେ ଏହାକୁ ଉପେକ୍ଷା କରାଯାଉଛି । ଠିକଣା ସମୟ ରେ ବିଦ୍ୟାଳୟ ପରିଦଶନ ନ ହେବା, ଏସଟି ଏସସି ପିଲାଙ୍କ ପାଠ୍ୟ ପୁସ୍ତକ ଠିକଣା ସମୟରେ ବଣ୍ଟନ ନ ହେବା, ଶିକ୍ଷକ ଓ କର୍ମଚାରୀଙ୍କ ସାର୍ଭିସ ବୁକ ମେଂଟେନ ନକରିବା, ବର୍ଷ ବର୍ଷ ଧରି ଏସଟି ଏସସି ପିଲାଙ୍କ ପାଇଁ ପର୍ଯ୍ୟୁଯ୍ୟ ଅନୁଦାନ ଗ୍ରାଣ୍ଟ ସ୍କୁଲକୁ ପ୍ରଦାନ ନକରିବା ଆଦି ବିଭିନ୍ନ ସମସ୍ୟା ଓଷ୍ଟା ତରଫରୁ ଉତ୍ଥାପନ କରାଯାଇଥିଲା ।

ଏହି ସବୁ ସମସ୍ୟା ଗୁଡିକ ବାରମ୍ବାର ଲିଖିତ ଆକାରରେ ଶିକ୍ଷା ଅଧିକାରୀଙ୍କୁ ଜଣାଇବା ପରେ ମଧ୍ୟ ଶିକ୍ଷା କର୍ମଚାରୀ ନିରାଶ ହୋଇଛନ୍ତି । ଯଦ୍ୱାରା ଜିଲ୍ଲାରେ ମାଧ୍ୟମିକ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ଥ ହେଉଛି । ଏସବୁ ସମସ୍ୟାକୁ ଦୂର କରିବା ପାଇଁ ଆଗାମୀ ଦିନରେ ଶିକ୍ଷା ବିଭାଗ ଦ୍ୱାରା କିଛି ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରା ନଗଲେ ଏହା ଜନ ଆନ୍ଦୋଳନର ରୂପ ନେବ ଓ ଏଥିପାଇଁ ଉଚ୍ଚ କର୍ତ୍ତୃପକ୍ଷ ଦାୟୀ ରହିବେ ବୋଲି ଓଷ୍ଟା ତରଫରୁ କୁହାଯାଇଛି।

ବଲାଙ୍ଗିରରୁ ସଞ୍ଜୟ କୁମାର ମିଶ୍ରଙ୍କ ରିପୋର୍ଟ odiabarta.in 

Like us on Facebook👇

http://facebook.com/odiabarta
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.