ମାନବ ଅଧିକାର ଦିବସ ପାଳନ

ବଲାଙ୍ଗିର,୧୦/୧୨:

ତାଲୁକ ଆଇନ ସେବା ପ୍ରାଧିକରଣ ସଇନ୍ତଲା ଆନୁକୁଲ୍ୟ ରେ ପଞ୍ଚାୟତ ସିମିତି ନୋଡାଲ ଉଚ୍ଚ ବିଦ୍ୟାଳୟ ସଇଁତଲା ଠାରେ ମାନବ ଅଧିକାର ଦିବସ ପାଳିତ ହୋଇ ଯାଇଛି । ଏହି ଦିବସ ଅବସରରେ ୪ଟି ବିଦ୍ୟାଳୟର ୨୧ ଜଣ ପ୍ରତିଯୋଗୀ ବକୃତା ଓ ପ୍ରବନ୍ଧ ଲିଖନ ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିଥିଲେ । ମାନବ ଅଧିକାର ଦିବସ ଉପଳକ୍ଷେ ଆୟୋଜିତ ସଭାରେ ସଭାପତିତ୍ବ କରିଥିଲେ ସ୍କୁଲ ର ପ୍ରଧାନ ଶିକ୍ଷକ ଚାଣ୍ଡାଳ ମିଶ୍ର । ଏଥିରେ ବହୁ ବିଶିଷ୍ଟ ବ୍ୟକ୍ତି ଅତିଥି ଭାବେ ଯୋଗଦେଇ ଏହି ଦିବସର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ । ଏଥିରେ ଦେବରାଜ ପଣ୍ଡା , ଦ୍ରୌପଦୀ ପଣ୍ଡା , ମାନସ ରଞ୍ଜନ ରଣା , ଶିବ ପ୍ରସାଦ ବାରିକ , ଶିକ୍ଷକ ସରୋଜ କୁମାର ମିଶ୍ର , ବନ ବିହାରୀ ସାହୁ ପ୍ରମୂଖ ଉପସ୍ଥିତ ଥିଲେ । ଧନ୍ୟବାଦ ଅର୍ପଣ କରିଥିଲେ ଆଇନଜୀବି ସୁବୋଧ କୁମାର ମିଶ୍ର ।

Report by :

Debendra Kumar Joshi, Bolangir Correspondent odiabarta.in

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.