ବିଜୁ ଯୁବ ବାହିନୀ ଟିଟିଲାଗଡର ପ୍ରଥମ ବ୍ଲକ ସ୍ଥରୀୟ କ୍ରିକେଟ ପ୍ରତିଯୋଗିତା

 

ଟିଟିଲାଗଡ,୧୧/୧୨:

ବିଜୁ ଯୁବ ବାହିନୀ  ଟିଟିଲାଗଡ ବ୍ଲକ ଆନୁକୂଲ୍ୟରେ ପ୍ରଥମ ବର୍ଷ ବ୍ଲକ ସ୍ତରୀୟ କ୍ରିକେଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି । ଦୁଇଦିନ ଧରି ଆୟୋଜିତ ହୋଇଥିବା ଏହି କ୍ରିଡାର ପ୍ରଥମ ଦିବସରେ ପ୍ରଥମ ଓ ଦ୍ବିତୀୟ  ଳିଗ୍ ମ୍ୟାଚ୍ ଗୁଡିକ ନାରେନ, ଖୋଲାନ, ବିଜେପୁର, ଘୋଡାର, କୁର୍ଶୁଡ, ତୁର୍ଲା ଓ ପିପଲପଦର ଖେଳ ପଡିଆ ଠାରେ ହୋଇଥିବା ବେଳେ ଏଠାରେ ଟିଟିଲାଗଡ ବ୍ଲକ ର ୨୪ଟି ଗ୍ରାମ ପଞ୍ଚାୟତ ଦଳ, ମ୍ଯୁନିସିପାଲିଟି ର ୫ ଟି ଦଳ ଏବଂ ପଞ୍ଚାୟତ ସମିତି ଟିଟିଲାଗଡ ର ସରକାରୀ ଅଧିକାରୀ ମାନଙ୍କ ଗୋଟିଏ ଦଳ ସର୍ବମୋଟ ୩୦ ଟି ଦଳ ଅଂଶଗ୍ରହଣ କରିଥିଲେ ।

ସୋମବାର ଦିନ ନାରେନ ଖେଳ ପଡିଆ ଠାରେ ସିହିନି ଗ୍ରାମ ପଞ୍ଚାୟତ ଓ ନାରେନ ଗ୍ରାମ ପଞ୍ଚାୟତ ମଧ୍ୟରେ ହୋଇଥିବା ପ୍ରଥମ ସେମି ଫାଇନାଲ୍ ମ୍ୟାଚ ରେ ସିହିନି କୁ ପରାସ୍ତ କରି ନାରେନ ଫାଇନାଲରେ ପ୍ରବେଶ କରିଥିଲା ଏବଂ ଦ୍ବିତୀୟ ସେମି ଫାଇନାଲରେ ଟିଟିଲାଗଡ କ୍ଲବ-୧ କୁ ପରାସ୍ତ କରି ଜଗୁଆ ଗ୍ରାମ ପଞ୍ଚାୟତ ଦଳ ଫାଇନାଲରେ ପ୍ରବେଶ କରିଥିଲା ।ଫାଇନାଲ ମ୍ୟାଚରେ ନାରେନ ଗ୍ରାମ ପଞ୍ଚାୟତ ଦଳ କୁ ପରାସ୍ତ କରି ଜଗୁଆ ଗ୍ରାମ ପଞ୍ଚାୟତ ଦଳ ବିଜୟ ଲାଭ କରିଥିଲା । ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ରମାକାନ୍ତୀ ପୁଟେଲ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ  ମୋତିଲାଲ ସୁଲିଆ ,

ବିଜେଡି ଯୁବ ସଭାପତି ସଞ୍ଜୟ ବେହେରା, ବିଜୁ ଯୁବ ବାହିନୀ ବ୍ଲକ ସଂଯୋଜକ ଜଗଦୀଶ ପ୍ରଧାନ, ସରକାରୀ ଶିକ୍ଷକ ଧରଣୀଧର ବେହେରା ,ନାରେନ ସମିତି ସଭ୍ୟ ଟଙ୍କଧର ବଗର୍ତ୍ତୀ , କ୍ରିଡା ଶିକ୍ଷକ ବନମାଳି ସ୍ବାଇଁ ଓ ନାରେନ ବିଜୁ ଯୁବ ବାହିନୀ ସଭାପତି ତାପସ ପୁଟେଲ ପ୍ରମୂଖ ଯୋଗଦେଇଥିଲେ । ସିହିନି ବିଜୁ ଯୁବ ବାହିନୀ ସଭାପତି  ସୁମନ୍ତ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ  ତାପସ ପୁଟେଲ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଫକିର ନାଗ, ଅନିଲ ସ୍ବାଇଁ, ଚୁଡାଚନ୍ଦ୍ର କୁମ୍ଭାର, ଗୁଣନିଧି ସ୍ବାଇଁ, ଖଗପତି ସେଲମା, ବିନୟ ହୋତା, ନୀଳ ମହାନନ୍ଦ, ମୁନ୍ନା ସାହୁ, ଭିଷ୍ମସେନ୍ ମହାକୁର, ବାଲ୍ମୀକି ପୁଟେଲ, ପ୍ରତ୍ୟୁଷ ବେନିଆ, ଲଳିତ ମୋହନ ସାହୁ , ଗିରିଶ ଗୌଡ, ଲିପୁନ ନାୟକ, ଅଶୋକ ସାହୁ, ଜଗଦୀଶ ସହୁ ପ୍ରମୁଖ ତଥା ନାରେନ ଗ୍ରାମ ପଞ୍ଚାୟତ ର ସମସ୍ତ ବିଜୁ ଯୁବ ବାହିନୀ ସହଯୋଗ କରିଥିଲେ ।

Report by :

Bhimsen Mahakur, Titlagarh Correspondent odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.