ବିଜୁ ଯୁବ ବାହିନୀ ନର୍ଲାର ବ୍ଲକ ସ୍ତରୀୟ ଭଲିବଲ ପ୍ରତିଯୋଗିତା

କଳାହାଣ୍ଡି,୧୧/୧୨:

ତୁଲାପଡା ହାଇ ସ୍କୁଲ ଖେଳ ପଡିଆଠାରେ ନର୍ଲା ବ୍ଲକ ବିଜୁ ଯୁବ ବାହିନୀ ପକ୍ଷରୁ ବ୍ଲକ ସ୍ତରୀୟ ଭଲିବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ନର୍ଲା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ମନୋରମା ମହାନ୍ତି,  ସମ୍ମାନିତ  ଅତିଥି ଭାବେ ନର୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡଃ. ବ୍ୟାସଦେବ ବେହେରା,  ନର୍ଲା ବ୍ଳକ ଉପାଧକ୍ଷ ଦୂର୍ଗା ପ୍ରସାଦ ମହାନ୍ତି (ମୁନା),

ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ କ୍ଷୀତିଶ ଚନ୍ଦ୍ର ନାୟକ, ମଙ୍ଗଲ ସଂପ୍ରସାରଣ ଅଧିକାରୀ ପ୍ରଫୁଲ୍ଲ କୁମାର ଭୁଜବଳ, ବ୍ଲକ ସମାଜ ସୁରକ୍ଷା ଅଧିକାରୀ ସସ୍ମିତା ହୋତା ପ୍ରମୂଖ ଯୋଗ ଦେଇଥିଲେ । ନର୍ଲା ବ୍ଲକ ର ୨୬ ଗୋଟି ପଞ୍ଚାୟତର ୨୬ ଟି ବିଜୁ ଯୁବ ବାହିନୀ ଭଲିବଲ୍ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିଥିବା ବିଜୁ ଯୁବ ବାହିନୀ ନର୍ଲା ବ୍ଲକ ସଂଯୋଜକ ହେମସାଗର ସାହୁ ସୂଚନା ଦେଇଛନ୍ତି । ଏଥିରେ ନର୍ଲା ବ୍ଲକ ର ସମସ୍ତ ହାଇସ୍କୁଲ ର ଖେଳ ଶିକ୍ଷକ ମାନେ ସହଯୋଗ କରିଥିଲେ । ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ନର୍ଲା ବିଧାୟକ ଧନେଶ୍ଵର ମାଝି, ସମ୍ମାନିତ ଅତିଥି ଭାବେ ନର୍ଲା ବ୍ଲକ ପିଏ ଜଗଦୀଶ ଚନ୍ଦ୍ର ଛୁରିଆ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଦୁର୍ଲ୍ଲଭ ମାହାର ଯୋଗଦେଇଥିଲେ ।

ଉକ୍ତ ପ୍ରତିଯୋଗୀତା ରେ ବିଜୁ ଯୁବ ବାହିନୀ ଘଣ୍ଟମାଳ ଓ ତୁଳାପଡା ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା, ଏହି ମ୍ଯାଚ ରେ ତୁଳାପଡା କୁ ହରାଇ ଘଣ୍ଟମାଳ ଦଳ ବିଜୟ ହୋଇଥିଲା । ଅତିଥି ମାନଙ୍କ ଦ୍ବାରା ବିଜୟୀ ଓ ରନର୍ସଅପ୍ ଦଳକୁ ପୁରଷ୍କୃତ କରାଯାଇଥିଲା । ନର୍ଲା ବ୍ଲକ ର ନୋଡାଲ ଖେଳ ଶିକ୍ଷକ ରୂପ ସିଂ ରାଉତ ମଂଚ ପରିଚାଳନା କରିଥିଲେ । ନର୍ଲା ବ୍ଲକ  ବିଜୁ ଯୁବ ବାହିନୀ ର ବ୍ଲକ ଯୁବ ସଂଯୋଜକ ହେମସାଗର ସାହୁଙ୍କ ନେତୃତ୍ୱ ରେ ବିଜୁ ଯୁବ ବାହିନୀ ର ସମସ୍ତ ସ୍ଵେଚ୍ଛାସେବୀ ସହଯୋଗ କରିଥିଲେ । ମଙ୍ଗଳ ସଂପ୍ରସାରଣ ଅଧିକାରୀ ସମସ୍ତ କର୍ମ କର୍ତ୍ତା ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

odiabarta.in

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.