ହାତୀବାରି ଆବାସିକ ବିଦ୍ୟାଳୟ କର୍ମଚାରୀଙ୍କୁ ଆକ୍ରମଣ ପ୍ରତିବାଦରେ କଲ୍ୟାଣ ବିଭାଗ କର୍ମଚାରୀଙ୍କ ପ୍ରତିବାଦ

ରାୟଗଡ,୩୦/୯ : ମୟୁରଭଞ୍ଜ ଜିଲ୍ଳା କରଞ୍ଜିଆ ଉପଖଣ୍ଡ ହାତୀବାରି ଆବାସିକ ଉଚ୍ଚ ବିଦ୍ୟାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ଛାତ୍ରୀର ମୃତ୍ୟୁକୁ ନେଇ ହୋଇଥିବା ତୁମୁଳ କାଣ୍ଡର ପ୍ରତିବାଦ ହୋଇଛି । ମୃତ ଛାତ୍ରୀଙ୍କ ପରିବାରବର୍ଗ ଓ ସଂପର୍କୀୟମାନେ ବିଦ୍ୟାଳୟ ମଧ୍ୟରେ ପ୍ରବେଶ କରି ବିଦ୍ୟାଳୟର ସମସ୍ତ କର୍ମଚାରୀ ସମେତ ବିଦ୍ୟାଳୟ ପରିଚାଳନା କମିଟି ସଭାପତିଙ୍କ ଉପରେ ଆକ୍ରମଣ ଘଟଣାର ପ୍ରତିବାଦରେ ରାୟଗଡ଼ା ଜିଲ୍ଲା ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗର କର୍ମଚାରୀମାନେ କଳା ବ୍ୟାଜ୍ ପିନ୍ଧି ଏହାର ଦୃଢ ପ୍ରତିବାଦ ଜଣାଇଛନ୍ତି ।

 

ଆଗକୁ ଦେଶ ବ୍ୟାପୀ ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ପାଳନ ହେବାକୁ ଥିବାବେଳେ ବିଭାଗୀୟ ଶିକ୍ଷକ, ଶିକ୍ଷୟତ୍ରୀ, ରୋଷେୟା, ଏଏନଏମ , ମେଟ୍ରୋନ ପ୍ରମୁଖ ଗାନ୍ଧିଗିରି ଜରିଆରେ “ମୁଁ ଵି ପ୍ରତିବାଦ କରୁଛି” ଅଭିଯାନରେ କଳାବ୍ୟାଜ ପିନ୍ଧି ନିଜକୁ ସାମିଲ କରିବା ସହ ଘଟଣାରେ ଆହତ ହୋଇ ଡାକ୍ତରଖାନରେ ଚିକିତ୍ସିତ ହେଉଥିବା ସମସ୍ତ କର୍ମଚାରୀଙ୍କୁ ସହାନୁଭୂତି ପ୍ରକଟ କରିଛନ୍ତି ।

ଛାତ୍ରୀଙ୍କ ଅସୁସ୍ଥ ପରେ ବିଦ୍ୟାଳୟ କର୍ତ୍ତୃପକ୍ଷ ସମୟୋଚିତ ପଦକ୍ଷେପ ସ୍ବରୂପ ପ୍ରଥମେ ପ୍ରାଥମିକ ଚିକିତ୍ସାଳୟ , ପରେ ଜିଲ୍ଲା ଚିକିତ୍ସାଳୟ ଏବଂ ତତପରେ ବଡ଼ ମେଡ଼ିକାଲକୁ ନେବାକୁ ଉଦ୍ୟମ କରିଥିଲେ ।

କିନ୍ତୁ ଦୁର୍ଭାଗ୍ୟ ବଶତଃ ବଡ଼ ମେଡ଼ିକାଲକୁ ନେବା ରାସ୍ତାରେ ଛାତ୍ରୀଙ୍କ ମୃତ୍ୟୁ ଘଟିଥିବାରୁ ଏଥିରେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ କୌଣସି ଅବହେଳା ନ ଥିବା ବେଳେ ତାଙ୍କ ଉପରେ ଅମାନୁଷିକ ଆକ୍ରମଣ କରଯାଇଥିଲା ।

ଏଇ କାରଣରୁ ଦିନରାତି ଶିକ୍ଷାଦାନ ସାଙ୍ଗକୁ ଅନ୍ତେବାସୀଙ୍କ ସର୍ବାଙ୍ଗୀନ ବିକାଶ ଦିଗରେ କର୍ମଚାରୀମାନେ ନିୟୋଜିତ ଥିବାବେଳେ ଏଭଳି ଆକ୍ରମଣ ଆବାସିକ ବିଦ୍ୟାଳୟରେ କର୍ମରତ କର୍ମଚାରୀଙ୍କ ସୁରକ୍ଷା ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଏଇ ପ୍ରରିପ୍ରେକ୍ଷୀରେ ରାଜ୍ୟ କଲ୍ୟାଣ ବିଭାଗ ସଙ୍ଘ ପକ୍ଷରୁ ଆଗାମୀ ଅକ୍ଟୋବର ୫ ତାରିଖରେ ଭୁବନେଶ୍ଵରରେ ଆଗାମୀ ନିତି ନିର୍ଦ୍ଧାରଣ ଲାଗି ଜରୁରୀ ବୈଠକ ଆହ୍ବାନ କରାଯାଇଥିବାବେଳେ ରାୟଗଡ ଜିଲ୍ଲା କଲ୍ୟାଣ ବିଭାଗ ଶିକ୍ଷକ ଗୋଷ୍ଠୀ ପକ୍ଷରୁ କଳାବ୍ୟାଜ ପରିଧାନ ପୂର୍ବକ “ମୁଁ ଵି ପ୍ରତିବାଦ କରୁଛି” ଅଭିଯାନ ଆରମ୍ଭ କରାଯାଇଛି ।

ରାୟଗଡରୁ ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in

———————————————————-

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.