ପ୍ରହସନ ପାଲଟିଛି ପଲିଥିନ ମୁକ୍ତ ଅଭିଯାନ


ସୋନପୁର : ସୋନପୁର ସହରରେ ଯେଉଁଠି ଦେଖିଲେ ଅଳିଆ । ଏ ଅଳିଆ ଆସୁଛି କେଉଁଠି? ଏଭଳି କିଛି ପ୍ରଶ୍ନର ଉତ୍ତର ଖୋଜୁ ଖୋଜୁ ଆମେ ପହଞ୍ଚିଥିଲୁ ସଦର ସୋନପୁର ପୌରାଞ୍ଚଳର ବିଭିନ୍ନ ୱାର୍ଡରେ । ଏ ନେଇ ଲୋକଙ୍କୁ ପଚାରିଥିଲୁ । ଦୈନନ୍ଦିନ ଆବର୍ଜନା ପରିଚାଳନା ମୁଖ୍ୟ ସମସ୍ୟା ହୋଇଥିବା ଜଣାପଡ଼ିଛି । ପୌରପାଳିକା ପକ୍ଷରୁ ଠିକ୍‍ ଭାବେ ସଫେଇ ହେଉନଥିବାରୁ ଅଳିଆ ଗଦା ହୋଇ ରହୁଛି । ଆବର୍ଜନାରେ ସହରର ଅନେକ ଜଳାଶୟ ପୋତି ହେବାକୁ ବସିଲାଣି । କିଛି ଯାଗା ଦୁର୍ଗନ୍ଧରେ ନାକ ଫାଟି ପଡୁଛି । ସଦର ମେଡିକାଲରେ ବ୍ୟବବୃତ ହୋଇ ସାରିଲା ପରେ ଯେଉଁ ସବୁ ସାମଗ୍ରୀ ଅନାବଶ୍ୟକ ଥାଏ ତାକୁ ନଷ୍ଟ କରିବା ପରିବର୍ତ୍ତେ ଆଣି ଫୋପାଡି ଦିଆଯାଏ । ତେଲ ନଦି କୂଳ ନୁତନ ରିଂଙ୍ଗ ପାଶ୍ୱ ପଟକୁ ଯାଇଥିବା ସୁନ୍ଦର ରାସ୍ତାକୁ ଅଳିଆ ଖାଉଥିବା ପରି ମନେ ହେଉଛି । ଏହି ପରିପ୍ରେକ୍ଷୀରେ ସୋନପୁର ସହରରେ ପଲିଥିନ ମୁକ୍ତ ଅଭିଯାନ ପ୍ରହସନ ପାଲଟିଥିବା ଆଲୋଚନା ହେଉଛି । ସୂଚନାଯୋଗ୍ୟ ଯେ, ପଲିଥିନ ମୁକ୍ତ ସହର ପାଇଁ ସଦର ପୌରପାଳିକାର ନିର୍ବାହୀ ଅଧିକାରୀ ଓ କିଛି ଅଫିସର ଙ୍କୁ ମିଶାଇ ସ୍କ୍ୱାର୍ଡ ଗଠନ କରାଯାଇଥିଲା । ଏହି ସ୍କ୍ୱାର୍ଡ ବେଆଇନ ଭାବେ ପ୍ଲଷ୍ଟିକ ଖଲି ଦନା ,ପଲିଥିନ ବ୍ୟାଗ ବ୍ୟବହାରକାରୀ ଓ ବିକ୍ରୟକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଗଠନ କରାଯାଇଥିଲା । କିନ୍ତୁ ଏହି ସ୍ବାର୍ଡ ମଧ୍ୟ କୁଆଡେ କାହା ଚାପରେ ହଜିଗଲା କେଉଁଠି ବୋଲି ଆଲୋଚନା ହେଉଛି । ଏହି କାର୍ଯ୍ୟରେ ଦୋଷ କାହାର ଓ ଏହି ପରିପ୍ରେକ୍ଷୀରେ ଆଗାମୀ ଦିନରେ ପଲିଥିନ ମୁକ୍ତ ଅଭିଯାନ ଆଗାମୀ ଦିନରେ କେତେ ସଫଳ ହେବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ସୋନପୁର ଜିଲ୍ଲା ପ୍ରତିନିଧି ସୁଶାନ୍ତ ସାହୁଙ୍କ ରିପୋର୍ଟ odiabarta.in