ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ : ଡାକ୍ତରଖାନା ଓ ଏସଏସଡି ସ୍କୁଲରେ ଫଳ ବାଣ୍ଟିଲେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର


ଜୁନାଗଡ,୩/୧୦ : ପବିତ୍ର ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ଗୃହ ରାଜ୍ୟ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଜୁନାଗଡ ଡାକ୍ତରଖାନା ଏବଂ ଜୁନାଗଡ ସ୍ଥିତ ଅନୁସୁଚିତ ଜାତି,ଜନଜାତି ବାଳିକା ବିଦ୍ୟାଳୟରେ ଫଳ ବଣ୍ଟନ କରି ବା ସହ  ବିଭିନ୍ନ ସମସ୍ୟା ସମ୍ପର୍କରେ ବୁଝିବା ସହ କିପରି ସମସ୍ୟା ସମୁହର ସମାଧାନ ନେଇ କତୃପକ୍ଷ ମାନଙ୍କ ସହ ଆଲୋଚନା କରିଥିଲେ ।

ଏଥିରେ ଜୁନାଗଡ ବିଜ୍ଞାପିତ ଅଞ୍ଚଳ ପରିଷଦର ପୂର୍ବତନ ନଗରପାଳ ମହେଶ ସାହୁ, ସାମାଜସେବୀ ବିଶ୍ୱନାଥ କର, ବିଜୁ ଜନତା ଦଳ ନଗର ସଭାପତି ପ୍ରମୋଦ ବେହେରା, ବିଜୁ ମହିଳା ଜନତା ଦଳ ନେତ୍ରୀ କଲ୍ୟାଣୀ ନାୟକ, ମହିଚଳା ସରପଞ୍ଚ ଅଜୟ ବେହେରା, ଯୁବନେତା  ପ୍ରଦ୍ୟୁମ୍ନ ରାଉତ, ବାପି ରାଉତ, ମୁନା ନାୟକ, ଦୁଷ୍ମନ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

ଜୁନାଗଡ଼ରୁ ରାକେଶ ବେମାଲଙ୍କ ରିପୋର୍ଟ odiabarta.in

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta