ଶାନ୍ତପୁର ଉଚ୍ଚ ବିଦ୍ୟାଳୟ ଠାରେ ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟିତ

କଳାହାଣ୍ଡି,୧୧/୧୨:

କୋମଳ ମତି ଛାତ୍ରଛାତ୍ରୀ ମାନଙ୍କୁ କ୍ରିଡା ପ୍ରତି ଆକର୍ଷଣ କରିବା ସହ ଶାରିରୀକ ସ୍ବାସ୍ଥ୍ୟ ସଚେତନତା ବୃଦ୍ଧି ଉଦ୍ଦେଶ୍ୟରେ ରାଜ୍ୟର ବିଭିନ୍ନ ବିଦ୍ୟାଳୟ/ମହା ବିଦ୍ୟାଳୟରେ କ୍ରୀଡା ଉତ୍ସବ ସବୁର ଆୟୋଜନ କରାଯାଉଛି । ଏହି ପରିପ୍ରେକ୍ଷିରେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ରାଧା କୃଷ୍ଣ ଉଚ୍ଚ ବିଦ୍ୟାଳୟ ଶାନ୍ତପୁର ଠାରେ ୩୭ ତମ ବାର୍ଷିକ କ୍ରୀଡା ଉତ୍ସବ ମହା ସମାରୋହରେ ଉଦଘାଟିତ ହୋଇଯାଇଛି । ଆଜି ଏହି କ୍ରିଡା ଉତ୍ସବରେ ମୂଖ୍ୟ ଅତିଥି ଭାବେ ଯୋଗଦେଇ ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି ଉଦଘାଟନ କରିଥିଲେ

। ଏଥିରେ ସମ୍ମାନିତ ଅତିଥି ଭାବେ ଶାନ୍ତପୁର ସରପଞ୍ଚ ଟିକଧର ସାହୁ , ସମିତି ସଭ୍ୟ ଗୋବିନ୍ଦ ତାଣ୍ଡି ପ୍ରମୂଖ ଯୋଗଦେଇ ଏକ ସୁସ୍ଥ ଜୀବନ ପାଇଁ କ୍ରିଡାର ଉପଦେୟତା ସଂପର୍କରେ ଆଲୋକପାତ କରିଥିଲେ । ଏହି କ୍ରିଡା ଉତ୍ସବରେ ବିଭିନ୍ନ ପ୍ରକାର ପ୍ରତିଯୋଗୀତାର ଆୟୋଜନ କରାଯାଇଛି । ବିଦ୍ୟାଳୟର ସମସ୍ତ ଶିକ୍ଷକ ଏଥିରେ ସହଯୋଗ କରୁଥିବାବେଳେ ଛାତ୍ରଛାତ୍ରୀ ମାନେ ବେଶ୍ ଉତ୍ସାହିତ ଥିବା ଜଣାପଡିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.