ସୁଧାକରଙ୍କ ଶିଶୁ କବିତା : ପରୋପକାର

ମାଆ ଲୋ ମୋର
ଖୋଜି  ପାଉ ନାହିଁ
ଏହା ଉତ୍ତର
କହି ଦେ ସଂଶୟ
ଯାଉ ମୋହର ।
କେତେ କାଟିଲେ ବି
ଶାଖା ଏହାର
କାହିଁକି ବଢୁଛି 
ଥରକୁ ଥର ?
ହସି ହସି ମାଆ
ଦେଲେ ଉତ୍ତର:
ଗୁଣ ଗଛର
ପରୋପକାର ।
ଦିଏ ଅମ୍ଳଜାନ
ଅନ୍ନ – ପରିଧାନ
ବାସଗୃହ, ଫଳ
ଫୁଲ, ପତର,
ଜନ୍ମରୁ ମରଣ
ଯାଏଁ ସଙ୍ଗେ ଥାଏ
ଏନ୍ତୁଡି ଶ୍ମଶାନେ
ଜଳି ସତ୍ଵର ।
ସଦା କରି କରି 
ପରୋପକାର ।
ମୁନିଗୁଡା, ରାୟଗଡା  
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.