ଲାଞ୍ଜିଗଡ ବ୍ଲକରେ ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ରା


ଲାଞ୍ଜିଗଡ,୪/୧୦ : କଳାହାଣ୍ଡି ଜିଲ୍ଲା ବିଜେଡି ପକ୍ଷରୁ ଗାନ୍ଧୀ ଜୟନ୍ତୀ ଠାରୁ ଜନ ସଂପର୍କ ପଦଯାତ୍ରା ଆରମ୍ଭ ହୋଇଛି । ସେହି କ୍ରମରେ ଗୁରୁବାର ଲାଞ୍ଜିଗଡ ବ୍ଲକ ମୁଖ୍ୟାଳୟ ବିଶ୍ବନାଥପୁରରୁ ବିଜେଡିର ପଦଯାତ୍ରା ଆରମ୍ଭ ହୋଇଛି । ବିଶ୍ବନାଥପୁର ଠାରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ବ୍ଲକର ଚମ୍ପାଦେଇପୁର ପଞ୍ଚାୟତ ପର୍ଯ୍ୟନ୍ତ ଚାଲିଥିଲା । 

 

ଏଠାରେ ସୂଚନା ଯୋଗ୍ୟଯେ, ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଠାରୁ କଳାହାଣ୍ଡି ବିଜେଡି ଏହି ଜନ ସଂପର୍କ ପଦଯାତ୍ରା ଆରମ୍ଭ କରିଛି । ଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ ହେଲା ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଗ୍ରାମାଞ୍ଚଳର ବିକାଶ ଓ ମହିଳା ସଶକ୍ତିକରଣ କରିବା, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଲୋକାଭିମୁଖି କାର୍ଯ୍ୟକୁ ଘରେ ଘରେ ପହଞ୍ଚାଇବା ସହ ବିକାଶର ବାର୍ତ୍ତା ଦେବା ଓ ନୂଆ ଓଡ଼ିଶା ଗଠନ କରିବାକୁ ସଂକଳ୍ପ ନେବା ଏହି କାର୍ଯ୍ୟକ୍ରମର ପ୍ରମୁଖ ଦିଗ । ଏହା ସହ ବିଜେଡ଼ିର ସଦସ୍ୟତା ସଂଗ୍ରହ ଅଭିଯାନକୁ ଅଧିକରୁ ଅଧିକ ତୀବ୍ର କରିବା ସହ ମହିଳା, ଯୁବକ ଓ ଛାତ୍ର ସମାଜକୁ ଦଳରେ ସାମିଲ କରିଯିବ ବୋଲି ବିଜୁ ଜନତା ଦଳ ପକ୍ଷରୁ ସୂଚନା ମିଳିଛି ।

ଏହି କାର୍ଯ୍ୟକ୍ରମରେ ଲାଞ୍ଜିଗଡ ବିଧାୟକ ପ୍ରଦୀପ ଦିଶାରୀ, ବ୍ଲକ ଅଧ୍ୟକ୍ଷ ଇ. ଫକୀର ମୋହନ ମାଝୀ, ବ୍ଲକ ବିଧାୟକ ପ୍ରତିନିଧି ପ୍ରଦୀପ ଘଡେଇ, ଲାଞ୍ଜିଗଡ ବ୍ଲକ ବିଜେଡି ସଭାପତି ଗୋବିନ୍ଦ ପ୍ରଧାନୀ, ଭବାନୀପାଟଣା ବ୍ଲକ ଉପାଧ୍ୟକ୍ଷ୍ୟ ସଚିଦାନନ୍ଦ ମହାଖୁଡ଼, ଜିଲ୍ଲା ବିଜୁ ଯୁବ ଜନତା ଦଳ ସମ୍ପାଦକ ଲବଣିଧର ମହାନନ୍ଦ, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ସତ୍ୟବ୍ରତ ଦାସ, ଲାଞ୍ଜିଗଡ ପଞ୍ଚାୟତର ପୂର୍ବତନ ସରପଞ୍ଚ ଚନ୍ଦ୍ର ଧ୍ୱଜ ପେସନିଆ,

ଲାଞ୍ଜିଗଡ ବ୍ଲକର ପୂର୍ବତନ ଉପାଧ୍ୟକ୍ଷ ଜଗଦୀଶ ବେନିଆଁ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ମନହର ହରପାଲ, ମହିଳା ନେତ୍ରୀ ସରସ୍ୱତୀ ମୁଣ୍ଡା, ନାୟକ ସରପଞ୍ଚ ସୁଜାତ ଘଡେଇ, ବିଶ୍ୱନାଥପୁର ସରପଞ୍ଚ ପିଙ୍କି ସିରିକିକା, ଗୋବର୍ଦ୍ଧନ ପୁର ସରପଞ୍ଚ ସୁରେନ୍ଦ୍ର ମାଝୀ, ସମିତି ସଭ୍ୟ ଅଭିମନ୍ୟୁ ମୁଣ୍ଡା, ଯୁବ ନେତା ତରୁଣ ଦାସ, ମହେନ୍ଦ୍ର କରୁଆ, ହରିଶ୍ଚନ୍ଦ୍ର ବୁଦ୍ଧିଆ, କେଶବ ପାତ୍ର, ସୁଭମ ଭୋଇ ସହ ବିଜେଡି କର୍ମୀମାନେ ସାମିଲ ହୋଇଥିଲେ ।

ଲାଞ୍ଜିଗଡ ପ୍ରତିନିଧି ଦୂଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ odiabarta.in

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta